35.1 C
Bhubaneswar
Tuesday, April 23, 2024
Homeକରୋନାସିବିଆଇ ଡିଆଇଜି ଅଖିଳେଶ ସିଂ ଏବଂ ତାଙ୍କ ପତ୍ନୀ କରୋନା ପଜେଟିଭ ଚିହ୍ନଟ

ସିବିଆଇ ଡିଆଇଜି ଅଖିଳେଶ ସିଂ ଏବଂ ତାଙ୍କ ପତ୍ନୀ କରୋନା ପଜେଟିଭ ଚିହ୍ନଟ

ନୂଆଦିଲ୍ଲୀ: ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ସିବିଆଇ) ଡିଆଇଜି ଅଖିଳେଶ ସିଂ ଏବଂ ଗର୍ଭବତୀ ଥିବା ତାଙ୍କ ସ୍ତ୍ରୀ ମଧ୍ୟ କରୋନା ପଜେଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଦିନକୁ ଦିନ କରୋନା ଉଗ୍ର ରୂପ ନେଉଥିବା ବେଳେ ସମସ୍ତେ ଏହାର ପଞ୍ଝାରୁ ବର୍ତ୍ତି ପାରୁନାହାନ୍ତି । ଏବେ ଭାରତରେ କରୋନା ଜନିତ ସଂକ୍ରମିତଙ୍କ ସଂଖ୍ୟା ୨.୬୬ ଲକ୍ଷ ଅତିକ୍ରମ କରିଥିବା ବେଳେ ଗୋଟିଏ ଦିନରେ ୯୯୮୭ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୃତ୍ୟୁ ସଂଖ୍ୟା ୩୩୧ ରହିଛି ।
ଅନ୍ୟପଟେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମା’ କରୋନା ପଜେଟିଭ ବୋଲି ଜଣାପଡିଛି । ସେମାନେ ବର୍ତ୍ତମାନ ଦିଲ୍ଲୀ ସାକେତସ୍ଥିତ ମାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking