ଗୁମ୍ଫା ସଫେଇ କାର୍ଯ୍ୟକ୍ରମ

ଯାଜପୁର : ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ ନୂଆଗାଁ ସ୍ଥିତ ପୌରାଣିକ ପୀଠ ବ୍ରାହ୍ମଣୀଦେବୀ ଗୁମ୍ଫାରେ ସ୍ବେଚ୍ଛାସେବୀ ମାନେ ଏକାଠି ହୋଇ ଏକ ସ୍ବଚ୍ଛତା କାର‌୍ୟ୍ୟକ୍ରମର ଆୟୋଜନ କରିଥିଲେ । ସ୍ଥାନୀୟ ଅଞ୍ଚଳର ସ୍ବେଚ୍ଛାସେବୀ ମାନେ ଗୁମ୍ଫା ପରିସରକୁ ସଫାସୁତର। କରିବା ସହ ଏଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜିବି ସାମିଲ ହୋଇ ଏହାର ଐତିହ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଏହାକୁ ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବାକୁ ସ୍ବେଚ୍ଛାସେବୀ ମାନେ ଦାବୀ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here