28.1 C
Bhubaneswar
Friday, March 29, 2024
Homeଓଡିଶାଥମିବାର ନାଁ ଧରୁନି ବେଆଇନ ଗୋ ଚାଲାଣ

ଥମିବାର ନାଁ ଧରୁନି ବେଆଇନ ଗୋ ଚାଲାଣ

ତେଲକୋଇ-ଥମିବାର ନାଁ ଧରୁନି ବେଆଇନ ଗୋ ଚାଲାଣ ।୪ଟି ପିକଅପ ଗାଡି ସହ ୨୫ଟି ଗୋରୁ କୁ ଜୀବନ୍ତ ଉଦ୍ଧାର କରିଥିବା ବେଳେ ସେଥିମଧ୍ୟରୁ ୩ଟି ଗୋରୁଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।ଏବଂ ଗାଡିରେ ଲୋଡ ହୋଇଥିବା ସମୟରେ ୫ଟି ଗୋରୁଙ୍କର ଶ୍ବାସ ରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି ।ଗତ ୩୧ ତାରିଖରେ ମଧ୍ୟ ତେଲକୋଇ ପୁଲିସ ୬୧ ଟି ଗୋରୁ ସହିତ ସାତଟି ପିକଅପ ଭ୍ୟାନ ଓ ୧୭ ଜଣଙ୍କୁ ଗିରଫ କରିଥିଲା।ଆଜି ପୁଣି ତେଲକୋଇ ଥାନା ଅନ୍ତର୍ଗତ କାଳିଆହତା ଫାଣ୍ଡି ପୁଲିସ ଆଜି ସକାଳୁ କାଳିଆହତା- ପିଠାଗୋଳା ରାସ୍ତା ର ସାଆନ୍ତମୁଣ୍ଡି ଘାଟି ଉପରେ ଗୋରୁ ବୋଝେଇ ପିକଅପ ଭ୍ୟାନକୁ ଜବତ କରିଛି ।ସେହି ରାସ୍ତା ଦେଇ ଗୋରୁ ବୋଝେଇ ପିକଅପ ଗୁଡିକ ଯାଉଥିବା ବେଳେ ବନକର୍ମଚାରି ଙ୍କୁ ପୁଲିସ ଭାବି ଗୋରୁ ବୋଝେଇ ଗାଡି ଗୁଡିକୁ ରାସ୍ତା ଉପରେ ଛାଡି ଦେଇ ଫେରାର ହୋଇଯାଇଥିଲେ ।ଗୋରୁ ଗୁଡିକୁ ଅମାନୁଷିକ ଭାବେ ଗାଡ଼ିରେ ଲଦା ହୋଇଥିବା ଦେଖି ବନକର୍ମଚାରି କାଳିଆହତା ଫାଣ୍ଡି ପୁଲିସ କୁ ଖବର ଦେଇଥିଲେ ।ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପିକଅପ ଭ୍ୟାନ ସହିତ ଗୋରୁ ଗୁଡିକୁ ଉଦ୍ଧାର କରି ଥିଲା ।ଏବଂ ଗୋରୁ ମାନଙ୍କ ଗୋଡ ଗୁଡିକୁ ବନ୍ଧା ଅବସ୍ଥାରେ ଗାଡି ରେ ଲୋଡ ହୋଇଥିବାରୁ ଗାଁ ଯୁବକଙ୍କ ସହାୟତା ରେ ଗୋରୁ ଗୁଡିକୁ ଗାଡିରୁ ତଳକୁ ଓହ୍ଲାଇ ଫାଣ୍ଡି ପରିସରରେ ପୁଲିସ ରଖିଛି । ଗାଁ ଯୁବକ ଙ୍କ ସାହାଯ୍ୟ ସହଯୋଗ ରେ ଗୋରୁ ଗୁଡିକ ର ଖାଇବା ପିଇବା ର ବ୍ୟବସ୍ଥା କରାଯାଇଥିବା ଫାଣ୍ଡି ଅଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking