23.1 C
Bhubaneswar
Tuesday, March 19, 2024
Homeଓଡିଶାସ୍ୱାସ୍ଥ୍ୟ ଉପକାରୀ ଅଦା ଚୋପା; ଏଭଳି କରନ୍ତୁ ବ୍ୟବହାର....

ସ୍ୱାସ୍ଥ୍ୟ ଉପକାରୀ ଅଦା ଚୋପା; ଏଭଳି କରନ୍ତୁ ବ୍ୟବହାର….

ଭୁବନେଶ୍ୱର: ହାଣ୍ଡିଶାଳରେ ନିତ୍ୟାନ୍ତ ବ୍ୟବହାର୍ଯ୍ୟ ମସଲା ଭିତରେ ଅଦା ଅନ୍ୟତମ । ଶାକାହାରୀ ଏବଂ ମାଂସାହାରୀ ରୋଷେଇଶାଳରେ ଅଦା ବ୍ୟବହାର କରାଯାଇଥାଏ । ଅନେକ ଲୋକ ଅଛନ୍ତି ଯେଉଁମାନେ କି ଅଦାକୁ ରୋଷେଇ କରି ଏହାର ଚୋପାକୁ ଫୋପାଡ଼ି ଦେଇଥାଆନ୍ତି । କିନ୍ତୁ ଅନ୍ୟ କିଛି ଜଣ ଏହି ଚୋପାକୁ ଚା’ କରି ପିଇଥାଆନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଅଦା ଭଳି ଚୋପା ମଧ୍ୟ ସ୍ୱାସ୍ଥ୍ୟ ଉପକାରୀ ଅଟେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଅଦାର ଚୋପାକୁ ଖାଇବା ଦ୍ୱାରା ଅନେକ ପ୍ରକାର ସ୍ୱାସ୍ଥ୍ୟ ଲାଭ ମିଳିଥାଏ ।

କିଭଳି ଅଦା ଚୋପାକୁ ବ୍ୟବହାର କରିବେ ଆସନ୍ତୁ ଜାଣିବା….

କଫ ସମସ୍ୟାରୁ ମୁକ୍ତି: ବର୍ତ୍ତମାନ ବର୍ଷା ଋତୁ ପରେ ଶୀତର ଆଗମନ ହେଉଛି । ଏହି ସମୟରେ ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ଥଣ୍ଡା, କାଶ ଏବଂ କଫ ହୋଇଥାଏ । ହେଲେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରୋଇ ଉପାୟରେ ଅଦା ଚୋପା ଖାଇପାରିବେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏହାକୁ ଚା’ରେ ପକାଇ ପିଇ ପାରିବେ । ଏହାସହିତ ଅଦା ଚୋପାକୁ ପାଣିରେ ଫୁଟାଇ ସେଥିରେ ୨ ଟାମଚ ଗୁଜୁରାତି ଗୁଣ୍ଡ ମିଶାନ୍ତୁ । ଏହାକୁ ପିଇବା ଦ୍ୱାରା ସଙ୍ଗେସଙ୍ଗେ ଥଣ୍ଡା କମି ଯାଇଥାଏ । ଅନ୍ୟପଟେ ଅଦା ଚୋପାକୁ ଶୁଖାଇ ଗୁଣ୍ଡ ମଧ୍ୟ କରିପାରିବେ । ଅଦାଗୁଣ୍ଡରେ ଅଳ୍ପ ମହୁ ମିଶାଇ ଖାଇବା ଦ୍ୱାରା ମଧ୍ୟ କାଶ ସମସ୍‌ଯା ଦୂର ହୋଇଥାଏ ।

ସାର: ଅଦା ଚୋପାକୁ ସାର ଭଳି ମଧ୍ୟ ବ୍ୟବହାର କରିପାରିବେ । ଏହାକୁ ବାଡି ବଗିଚାରେ ଲଗାଇଥିବା ଗଛରେ ଦେଇପାରିବେ । ଅଦା ଚୋପାକୁ ଗଛରେ ଦେବା ଦ୍ୱାରା ଏହା ଏକ ଜୈବିକ ସାର ଭଳି କାମ କରିବ । ଏଥିରେ ଫସଫରସର ମାତ୍ରା ଅଧିକା ରହିଥିବା ବେଳେ ଏହା ଗଛ ବୃଦ୍ଧିରେ ସାହାଯ୍ୟ କରିଥାଏ ।
ପୁଦିନା, ଭୃସଙ୍ଗ, ଧଣିଆ ପତ୍ର, ଭିନେଗାର, ଲେମ୍ବୁରସ ଇତ୍ୟାଦି ବ୍ୟବହାର ଦ୍ୱାରା ତରକାରୀର ସ୍ୱାଦ ଦ୍ୱିଗୁଣିତ ହୋଇଥାଏ । ତେବେ ଏହି କ୍ରମରେ ଅଦା ଚୋପାକୁ ମଧ୍ୟ ବ୍ୟବହାର କରାଯାଇପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ତରକାରୀ କରିବା ସମୟରେ ଗୋଟିଏ ଚାମଚ ଅଦା ଚୋପା ବ୍ୟବହାର କରିପାରିବେ । ଏହା ସ୍ୱାଦକୁ ଦ୍ୱିଗୁଣିତ କରିବା ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ ଅଟେ ।

ସାଧାରଣତଃ ବ୍ରକୋଲି, ଫୁଲକୋବି ଏବଂ ବନ୍ଧାକୋବିକୁ ରୋଷେଇ କରିବା ସମୟରେ ପ୍ରଥମେ ଏହାକୁ ସିଝା ଯାଇ ପାଣି ବାହାର କରାଯାଇଥାଏ । ଏହା ଦ୍ୱାରା ପରିବାର କଞ୍ଚା ଗନ୍ଧ ଦୂର ହୋଇଥାଏ । ଏହି ସମୟରେ ଅଳ୍ପ ପରିମାଣର ଅଦା ଚୋପାକୁ ବ୍ୟବହାର କରିପାରିବେ । ଏହା ଦ୍ୱାରା ବାସ୍ନା ମଧ୍ୟ ଭଲ ହୋଇଥାଏ ।

ପରିବାକୁ ବ୍ୟବହାର କରି ସୁପ୍‌, ତରକାରୀ ଏବଂ ଅନେକ ଖାଦ୍ୟ ପଦାର୍ଥ ବ୍ୟବହାର କରାଯାଇଥାଏ । ତେବେ ଏହି ସମୟରେ ଅଦା ଚୋପା ବ୍ୟବହାର କରିବା ଦ୍ୱାରା ବାସ୍ନା ଦ୍ୱିଗୁଣିତ ହୋଇଥାଏ ବୋଲି କୁହାଯାଇଛି । ପ୍ରଥମେ ଅଧାକପ୍ ଅଦା ଚୋପାକୁ ନେଇ ୬ କପ ପାଣି ଗରମ କରି ଅଧଘଣ୍ଟା ପର୍ଯ୍ୟନ୍ତ ଫୁଟାନ୍ତୁ । ଏହାପରେ ସେହି ଫୁଟାପାଣିକୁ ସୁପ୍‌, ତରକାରୀରେ ବ୍ୟବହାର କରିବା ଦ୍ୱାରା ଏହାର ସ୍ୱାଦ ବଢିଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking