23.1 C
Bhubaneswar
Tuesday, March 19, 2024
Homeଓଡିଶାରୋଷେଇ ଘରେ ନିଆଁ

ରୋଷେଇ ଘରେ ନିଆଁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଥମିବାର ନାଁ ଧରୁନି କରୋନା ମହାମାରୀ । ବିଶ୍ୱର ୨୧୩ ଦେଶରେ ଏବେ କରୋନା ତା’ର କାୟା ବିସ୍ତାର କରିସାରିଛି । ପ୍ରତିଷେଧକ ବା ଟୀକା ବାହାରିବାର କୌଣସି ରାସ୍ତା ବାହାରି ନ ଥିବା ବେଳେ ରାଜ୍ୟ ସରକାର ଏବେ କରୋନାକୁ ରୋକିବା ପାଇଁ କଳ, ବଳ କୌଶଳ ଲଗାଇ ମଧ୍ୟ ଫେଲ୍ ମାରିଛନ୍ତି । କରୋନା ଭାଇରସର ଉତ୍ପତି ବିଷୟରେ ତଥ୍ୟ ମିଳୁନଥିବା ବେଳେ କେବେ ଏହା ବିଶ୍ୱରୁ ଲୋପ ପାଇବ ତାକୁ ନେଇ ସନ୍ଦେହ ପ୍ରକଟ କରାଯାଉଛି । କୋଭିଡ଼ ସଂକ୍ରମଣରେ କେବଳ ଯେ ଆମ ରାଜ୍ୟ ନୁହେଁ ବରଂ ଦେଶ ତଥା ବିଶ୍ୱର ଅର୍ଥନୀତି ଏବେ ମାଡ଼ ଖାଇଛି । ବଡ଼ ବଡ଼ କମ୍ପାନୀ , କଳକାରଖାନା ମାଲିକ ଏବେ ମୁଣ୍ଡରେ ହାତ ଦେଇ ବସିଲେଣି । ବେରୋଜଗାରୀ ବଢିଛି । ଏଥିସହ କର୍ମସଂସ୍ଥା ବନ୍ଦ ହେବାକୁ ଲାଗିଛି ।

କରୋନା ପାଇଁ ଗୋଟିଏ ପଟେ ରୋଜଗାର ହ୍ରାସ ପାଇ୍‌ଥିବା ବେଳେ ଜନସାଧାରଣଙ୍କର କ୍ରୟ ଶକ୍ତି ମଧ୍ୟ କମିଛି । ଦୈନଦିନ ଜୀବନରେ ବ୍ୟବହୃତ ହେଉଥିବା ରୋଷେଇ ଘର ସାମଗ୍ରୀରେ ହାତ ମାରିହେଉନାହିଁ । ପନିପରିବା ଭଳି ବିଭିନ୍ନ କ୍ଷେତ୍ରରେ ଜନଜୀବନକୁ ସଙ୍କଟ ଘେରରେ ରଖିଛି । କଞ୍ଚା ସବୁଜ ତଟକା ପରିବାର ଦର ଏବେ ଆକାଶ ଛୁଆଁ । ଷାଠିଏ ଟଙ୍କା ତଳକୁ ମିଳୁନାହିଁ ମନପସନ୍ଦିଆ ପରିବା । ଆଳୁ କିଲୋ ୨୦ ରୁ ୩୦ ଭିତରେ ମିଳୁଥିବା ବେଳେ ଏବେ କିଛି ଦିନରେ ଏହାର ଦର ୩୫କୁ ଆସି ପହଁଞ୍ଚିଛି । ସେହିପରି ପିଆଜ ଦର ସପ୍ତାହେ ଭିତରେ ୧୫ ଟଙ୍କା ବୃଦ୍ଧି ପାଇଛି । କେବଳ ଯେ , ପରିବା ନୁହେଁ , ରୋଷେଇରେ ବ୍ୟବହୃତ ପ୍ରତିଟି ଦ୍ରବ୍ୟର ଦରଦାମ ବୃଦ୍ଧି ପାଇଛି । ଏହି ସବୁ ଦ୍ରେନ ବ୍ୟବହୃତ ସାମଗ୍ରୀ ଘରକୁ ନ ନେଲେ ଚଳିବନି । ଏଭଳି ପରିସ୍ଥିତିରେ ଗୋଟିଏ ଗରିବ ଖଟିଖିଆର ପରିବାର ପ୍ରତିପୋଷଣ କିପରି ହେବ, ତାହା ଅନୁମାନର କଥା ଅଟେ । ପାଞ୍ଚ ଶହ ଟଙ୍କା ନେଇ ବଜାର ଗଲେ ବ୍ୟାଗ ଭରି ସାମଗ୍ରୀ ଆସୁନାହିଁ । ଏପଟେ ବେରୋଜଗାରୀ ବଢିଛି, ସେପଟେ କର୍ମସଂସ୍ଥାରେ ପଡ଼ିଛି ତାଲା । ଏହି ପରିସ୍ଥିତିରେ ଜଣକର ଆର୍ଥିକ ମେରୁଦଣ୍ଡ ବଙ୍କା ହୋଇଗଲେ, ପୁଣି ସଳଖ ହେବା କେତେ ଯେ କଷ୍ଟକର, ତାହା ଅନୁଭବୀଙ୍କୁ ହିଁ ଜଣା । ଏପରି ସ୍ଥଳରେ ପ୍ରଶାସନକୁ ଏହାର ମୁକାବିଲା ପାଇଁ ପନ୍ଥା ନିରୂପଣ କରିବାକୁ ପଡ଼ିବ । ଏଥିପାଇଁ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ନିତାନ୍ତ ଜରୁରୀ ଅଟେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking