24.1 C
Bhubaneswar
Tuesday, March 19, 2024
Homeଦେଶ ବିଦେଶକରୋନା ଅକ୍ରାନ୍ତରେ ପ୍ରାଣ ହରାଇଲେ ତାମିଲନାଡୁର କୃଷି ମନ୍ତ୍ରୀ ଆର.ଦୋରଇକନ୍ନୁ

କରୋନା ଅକ୍ରାନ୍ତରେ ପ୍ରାଣ ହରାଇଲେ ତାମିଲନାଡୁର କୃଷି ମନ୍ତ୍ରୀ ଆର.ଦୋରଇକନ୍ନୁ

ଚେନ୍ନାଇ : କରୋନାରେ ସଂକ୍ରମିତ ହୋଇଥିବା ତାମିଲନାଡୁର କୃଷି ମନ୍ତ୍ରୀ ଆର.ଦୋରଇକନ୍ନୁଙ୍କର ଚେନ୍ନଇର କାବେରୀ ହସ୍ପିଟାଲରେ ପରଲୋକ ଘଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଗତ ୧୩ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କାବେରୀ ହସ୍ପିଟାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଅରବିନ୍ଦ ସେଲବରାଜ ସ୍ୱାସ୍ଥ୍ୟ ବୁଲେଟିନ୍‌ରେ କହିଛନ୍ତି ଯେ ମନ୍ତ୍ରୀଙ୍କୁ ଜୀବନ ସହାୟତା ବ୍ୟବସ୍ଥାରେ ରଖିଯାଇଥିଲା, କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ଥିଲା। କୋଭିଡ -୧୯ରେ ସଂକ୍ରମିତ ହୋଇଥିବା ଦୋରଇକନ୍ନୁ ଗୁରୁତର ନିମୋନିଆରେ ଆକ୍ରାନ୍ତ ହୋଇଥିଲେ। ସିଟି ସ୍କାନ ଅନୁଯାୟୀ ତାଙ୍କ ଫୁସଫୁସର ୯୦ ପ୍ରତିଶତ ସଂକ୍ରମିତ ହୋଇଥିଲା ଓ ତାଙ୍କୁ ଆଇଏସଏମଓ ଏବଂ ଭେଣ୍ଟିଲେଟରରେ ରଖାଯାଇଥିଲା। ମୁଖ୍ୟମନ୍ତ୍ରୀ କେ. ପାଲାନିସ୍ୱାମୀଙ୍କ ମାଆଙ୍କ ଶେଷକୃତ୍ୟରେ ଯୋଗଦେବାକୁ ଅକ୍ଟୋବର ୧୩ରେ ସେ ଯେତେବେଳେ ସାଲେମ ଯାଉଥିଲେ ସେତେବେଳେ ସେ ଅସୁସ୍ଥ ଅନୁଭବ କରିଥିଲେ। କାରରେ ଯାତ୍ରା କରୁଥିବା ଦୋରଇକନ୍ନୁଙ୍କୁ ତୁରନ୍ତ ଭିଲୁପୁରମସ୍ଥିତ ସରକାରୀ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା ଏବଂ ପରେ କାବେରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଗତ ରାତିରେ ତାଙ୍କର ପରଲୋକ ଘଟିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking