29.4 C
Bhubaneswar
Thursday, April 18, 2024
Homeଓଡିଶାସରକାରୀ ଚାକିରି ପାଇଁ ଆବେଦନକାରୀଙ୍କୁ ଦରକାର ପଡ଼ିବନି ପ୍ରମାଣ ପତ୍ର

ସରକାରୀ ଚାକିରି ପାଇଁ ଆବେଦନକାରୀଙ୍କୁ ଦରକାର ପଡ଼ିବନି ପ୍ରମାଣ ପତ୍ର

ଭୁବନେଶ୍ବର : ସରକାରୀ ଚାକିରିରେ ଆବେଦନ କରିବାକୁ ହେଲେ ପୂର୍ବରୁ ବହୁ ପ୍ରମାଣପତ୍ର ଆବଶ୍ୟକ ପଡିଥାଏ । ତେବେ ଏଣିକି ସରକାରୀ ଚାକିରି ପାଇଁ ଆବେଦନ କଲେ ଆବେଦନକାରୀଙ୍କୁ ଜାତି ପ୍ରମାଣପତ୍ର କି ଆବାସିକ ପ୍ରମାଣପତ୍ର ଦେବାକୁ ପଡ଼ିବନି । ଆବେଦନ କରିବା ସମୟରେ ସେ କେଉଁ ଜାତିର ଏବଂ କେଉଁ ଅଞ୍ଚଳର ବାସିନ୍ଦା ସେନେଇ ଆତ୍ମଘୋଷଣାନାମା ଦେବେ । ଯଦି ପ୍ରାର୍ଥୀ ପ୍ରଥମ ପର‌୍ୟ୍ୟାୟରେ ଉତ୍ତୀର୍ଣ୍ଣ ହୁଅନ୍ତି ତେବେ ଚୂଡ଼ାନ୍ତ ଚୟନ ବେଳେ ତାଙ୍କୁ ଜାତି ପ୍ରମାଣପତ୍ର ଓ ଆବାସିକ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ । ଆବେଦନକାରୀମାନେ ଓଡ଼ିଶା ଲୋକସେବା ଆୟୋଗ, ଓଡ଼ିଶା କର୍ମଚାରୀ ଚୟନ ଆୟୋଗ, ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଦ୍ବାରା ବିଭିନ୍ନ ପଦବି ପୂରଣ ଚୟନ ନିମନ୍ତେ ଆବେଦନ ସମୟରେ ଆତ୍ମଘୋଷଣାନାମା ଦେଇପାରିବେ ବୋଲି ଏନେଇ ଆଜି ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
https://onakhabar.com/2020/01/21/eco-retreat/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking