ମମିତା ହତ୍ୟା ମାମଲାରେ ରିପୋର୍ଟ ମାଗିଲେ ହାଇକୋର୍ଟ

କଟକ : ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜନୀତି ତୀବ୍ର ହେଉଥିବା ବେଳେ ଏହି ମାମଲାରେ ତଦନ୍ତକୁ ନେଇ ସରକାରଙ୍କୁ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି ହାଇକୋର୍ଟ । ତଦନ୍ତ କେତେ ଦୂର ଆଗେଇଛି, ସେନେଇ ହାଇକୋର୍ଟ ରିପୋର୍ଟ ମାଗିଛନ୍ତି । ଡିସେମ୍ବର ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି । ତ୍ୱରିତ ଶୁଣାଣି ଓ ଫାଷ୍ଟଟ୍ରାକ୍ ବିଚାର ପାଇଁ ମମିତାଙ୍କ ପରିବାର ପକ୍ଷରୁ ଅପିଲ କରାଯାଇଥିଲା । ହାଇକୋର୍ଟରେ ମାମଲା ଦାୟର କରାଯିବା ପରେ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ମନ୍ତ୍ରୀଙ୍କ ସଂପୃକ୍ତିକୁ ନେଇ ପୀଡ଼ିତାଙ୍କ ବାପା ମଧ୍ୟ ଅଭିଯୋଗ କରିଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। ଡିଆଇଜି, ବଲାଙ୍ଗିର ଏସପିଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଅପିଲ୍ କରାଯାଇଛି । ଅପରାଧୀଙ୍କୁ ଖସାଇବା ପାଇଁ ଉଭୟ ଷଡଯନ୍ତ୍ରରେ ସାମିଲ ଥିବା ଅଭିଯୋଗ ହୋଇଛି। ତେଣୁ ଉଭୟଙ୍କ ନାଁରେ ମାମଲା ସହ ତଦନ୍ତ ପରିସରଭୁକ୍ତ କରିବାକୁ ଅପିଲ୍ କରାଯାଇଛି ।

LEAVE A REPLY

Please enter your comment!
Please enter your name here