ସ୍କୁଲକୁ କରୋନା ଗାଇଡଲାଇନ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସ୍କୁଲ ଗୁଡିକୁ ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ ଜାରି ହୋଇଛି । ଛାତ୍ରଛାତ୍ରୀ ମାନେ ସାନିଟାଇଜରରେ ହାତ ଧୋଇବେ, ଛିଙ୍କିଲା ବେଳେ ମୁହଁରେ ରୁମାଲ ଦେଇ ଛିଙ୍କିବେ ଏବଂ କାଶିବେ ଏନେଇ ବିଦ୍ୟାଳୟରେ ସକାଳ ପ୍ରାର୍ଥନା କ୍ଲାସରେ ପିଲାଙ୍କୁ ଏସବୁ କହିବାକୁ ସବୁ ବିଦ୍ୟାଳୟ ଗୁଡିକୁ ନିର୍ଦ୍ଦେଶ ହୋଇଛି । ଛାତ୍ରଛାତ୍ରୀ ମାନଙ୍କୁ ସଠିକ ଅବଗତ କରାଯିବାକୁ ବିିଇଓ, ଡିଇଓ ଏନେଇ ଅନୁଧ୍ୟାନ କରିବେ । ଓଡିଶାରେ କରୋନା ଆକ୍ରାନ୍ତ ନାହାନ୍ତି । ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ, ଡିଏମଇଟି, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
https://onakhabar.com/2020/02/07/headache/