39.1 C
Bhubaneswar
Wednesday, April 24, 2024
Homeଓଡିଶାକରୋନା ଆତଙ୍କ : ଫୁଲବାଣୀର ସନ୍ଦିଗ୍ଧ ଛାତ୍ରଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ

କରୋନା ଆତଙ୍କ : ଫୁଲବାଣୀର ସନ୍ଦିଗ୍ଧ ଛାତ୍ରଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ

ଫୁଲବାଣୀ: ଚୀନ ଫେରନ୍ତା ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କୁ କଟକ ଏସସିବିସର ସନ୍ଦିଗ୍ଧ କରୋନା ୱାର୍ଡ଼ରେ ରଖାଯାଇଛି । କରୋନା ପରୀକ୍ଷା ପାଇଁ ପୁଣେର ଏନଆଇଭିକୁ ରକ୍ତ ନମୁନା ପଠାଯାଇଥିଲା । ତେବେ ଆଜି ତାଙ୍କର ଟେଷ୍ଟ ରିପୋର୍ଟ ଆସିଛି । ରିପୋର୍ଟ ନେଗେଟିଭ ଥିବାରୁ ଫୁଲବାଣୀ ଛାତ୍ରଙ୍କୁ କରୋନା ନଥିବା ଜଣାପଡ଼ିଛି ।ସେ ଚୀନରୁ ଅସୁସ୍ଥ ହୋଇ କିଛି ଦିନ ତଳେ ଫୁଲବାଣୀ ଫେରିଥିଲେ । ତେବେ ଘରକୁ ଫେରିବା ଦିନ ଠାରୁ କାଶ, ଥଣ୍ଡା ଛାଡ଼ୁ ନଥିବାରୁ ସେ କରୋନା ସନ୍ଦେହ କରି ନିଜେ ଛାତ୍ରଜଣକ ସିଡିଏମଓଙ୍କୁ ଚିଠି ଲେଖିଥିଲେ । ଏହାପରେ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇ ତାଙ୍କ ରକ୍ତ ନମୁନା ଟେଷ୍ଟ କରାଯାଇଥିଲା । କିନ୍ତୁ ରିପୋର୍ଟ ନେଗେଟିଭ ଆସିଛି ।ଏଯାବତ୍ ୬ଜଣଙ୍କ ରକ୍ତ ନମୁନା କରୋନା ଟେଷ୍ଟ ପାଇଁ ପଠାଯାଇଥିଲା । ୫ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି ବୋଲି ଡିଏମଇଟି ଡାକ୍ତର ସି.ବି.କେ ମହାନ୍ତି ସୂଚନା ଦେଇଛନ୍ତି ।
https://onakhabar.com/2020/02/04/coronavairus-6/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking