38.8 C
Bhubaneswar
Friday, April 19, 2024
Homeଓଡିଶାଇଟାଲିରୁ ଫେରିଥିବା ଇଞ୍ଜିନିୟରିଂ ଛାତ୍ରଙ୍କୁ କରୋନା ସନ୍ଦେହ

ଇଟାଲିରୁ ଫେରିଥିବା ଇଞ୍ଜିନିୟରିଂ ଛାତ୍ରଙ୍କୁ କରୋନା ସନ୍ଦେହ

କଟକ : ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭ରେ ପହଞ୍ଚିବା କଥା ରବିବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । କେନ୍ଦ୍ର ସରକାର କୋରୋନା ଭାଇରସକୁ ବିପର୍ଯ୍ୟୟ ଘୋଷଣା କରିଦେଇଛନ୍ତି । ଆକ୍ରାନ୍ତମାନଙ୍କ ମଧ୍ୟରେ ଅଛନ୍ତି ୯୦ଜଣ ଭାରତୀୟ । ତେବେ ଇଟାଲିରୁ ଫେରିଥିବା ଜଣେ ଇଞ୍ଜିନିୟରିଂ ଛାତ୍ର କରୋନା ସନ୍ଦେହରେ କଟକ ଏସସିବିରେ ଭର୍ତ୍ତି ହୋଇଛନ୍ତି । ଫଳରେ ଏବେ ଏସସିବିରେ ୨ କରୋନା ସନ୍ଦିଗ୍ଧଙ୍କ ଚିକିତ୍ସା ଜାରି ରହିଛି ।
ପୂର୍ବରୁ ଜଣେ ସନ୍ଦିଗ୍ଧଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଗତକାଲି ଇଟାଲି ଫେରନ୍ତା ଛାତ୍ରଜଣକ ଭର୍ତ୍ତି ହୋଇଛନ୍ତି । ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଚିକିତ୍ସା ପରେ ୭ ସନ୍ଦିଗ୍ଧଙ୍କୁ ଏସସିବିରୁ ଡିସଚାର୍ଜ କରାଯାଇଛି । କରୋନା ବିଶ୍ୱ ମହାମାରୀ ରୂପ ନେଇ ସାରିଥିବା ବେଳେ ଏହାକୁ ନେଇ ବେଶ୍ ସତର୍କ ରହିଛନ୍ତି କଟକ SCB ମେଡିକାଲ କର୍ତ୍ତୃପକ୍ଷ । କରୋନା ମୁକାବିଲା ପାଇଁ ଏସସିବି ପୂରା ପ୍ରସ୍ତୁତ ରହିଛି ବୋଲି ଏହାର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ଗତକାଲି ସୂଚନା ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking