28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଏହି ସମସ୍ୟାକୁ କରନ୍ତୁନି ଅଣଦେଖା

ଏହି ସମସ୍ୟାକୁ କରନ୍ତୁନି ଅଣଦେଖା

ଭୁବନେଶ୍ୱର: ସାଧାରଣତଃ ଶୀତଦିନେ ଛୋଟ ପିଲାଙ୍କୁ ବେଶିମାତ୍ରାରେ ଥଣ୍ଡା ହୋଇଥାଏ । ପାଗ ପରିବର୍ତ୍ତନ ହେଉ କିମ୍ବା ଖାଦ୍ୟପେୟରେ ଏପଟ ସେପଟ, ଏମିତି ହେବା ସ୍ୱାଭାବିକ । ବିଶେଷ ଭାବରେ ଥଣ୍ଡା, ଜ୍ୱର ଓ କାଶରେ ସେମାନେ ଆକ୍ରାନ୍ତ ହୋଇଥାନ୍ତି । ଫଳରେ ଅନେକ ଯନ୍ତ୍ରଣା ଅନୁଭବ କରନ୍ତି । ହେଲେ ଏମିତି ହେଲା ପରେ ଜମା ବି ଅଣଦେଖା କରିବା ଉଚିତ ନୁହେଁ । କାରଣ ଏଥିପାଇଁ ଆପଣ ଅଲଗା କେଉଁ ସମସ୍ୟାର ଶିକାର ମଧ୍ୟ ହୋଇପାରନ୍ତି । ଏହା କାର୍ଡିଓମାୟୋପାଥିର ଲକ୍ଷଣ ହୋଇପାରେ । ତେବେ କାର୍ଡିଓମାୟୋପାଥି କଣ ?

ଏହା ଏକ ଏମିତି ରୋଗ ଯାହା ହୃତପିଣ୍ଡର ମାଂସପେଶୀ ଗୁଡିକୁ ଦୁର୍ବଳ କରିଦିଏ ଓ ଶରୀରରେ ରକ୍ତ ସଞ୍ଚାଳନ କ୍ଷମତା ମଧ୍ୟ କମାଇଦିଏ। କାର୍ଡିଓମାୟୋପାଥିରେ ମାଂସପେଶୀ ଗୁଡିକ କଠିନ ହୋଇଯାଏ । ଏହି ରୋଗର ଚିକିତ୍ସା ନ କଲେ ରୋଗୀ ଉଚ୍ଚ ରକ୍ତଚାପ, ଡାଇେବଟିସ, ଥାଇରଏଡ୍ ଜନିତ ସମସ୍ୟା ଭୋଗିଥାଏ । କେତେକ କ୍ଷେତ୍ରରେ ରୋଗୀର ହୃଦ୍ କ୍ରିୟା ବନ୍ଦ ହୋଇଯିବା ଆଶଙ୍କା ରହିଛି ।

ଏକ ରିପୋର୍ଟ ଅନୁସାରେ ଥଣ୍ଡା ହେଲେ ସାଧାରଣତଃ ଲୋକମାନଙ୍କୁ ନିଶ୍ୱାସ ନେବାରେ ଅସୁବିଧା ଓ ଛାତିରେ କଷ୍ଚ ଅନୁଭବ ହୋଇଥାଏ । ତଥାପି ଲୋକେ ଡାକ୍ତରଙ୍କ ପରାମର୍ଶ ନେବାକୁ ଉଚିତ ମନେ କରନ୍ତି ନାହିଁ । ଡାକ୍ତରଙ୍କ କହିବା ଅନୁସାରେ ଯଦି ଘରୋଇ ଉପଚାର ପରେ ମଧ୍ୟ ଆପଣଙ୍କ ଥଣ୍ଡା ଦୀର୍ଘଦିନ ଧରି କମୁ ନାହିଁ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇଯିବା ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking