ଡିଆରଡିଓ ପ୍ରସ୍ତୁତ କଲା କାର୍ବାଇନ ଗନ୍‌, ଗୋଟିଏ ମିନିଟରେ କରିବ ୭୦୦ ରାଉଣ୍ଡ ଫାୟାର

ନୂଆଦିଲ୍ଲୀ: ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) କାର୍ବାଇନର ଶେଷ ପରୀକ୍ଷଣ ସଂପୂର୍ଣ୍ଣ କରିସାରିଛି । ଡିଆରଡିଓ ଅନୁସାରେ, ଏହା ଏବେ ସେନାରେ ବ୍ୟବହାର ଉପଯୋଗୀ ପାଇଁ ପ୍ରସ୍ତୁତ ହୋଇସାରିଛି । ଏହା ସେହି କାର୍ବାଇନ ଗନ୍ , ଯାହା ୭୦୦ ରାଉଣ୍ଡ ପ୍ରତି ମିନିଟରେ ଫାୟାର କରିପାରେ । ଗତ ସପ୍ତାହରେ କାର୍ବାଇନ ବିକଶିତ କରାଯାଇଥିଲା ବୋଲି ଡିଆରଡିଓ କହିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଆଉ ଏବେ ସେନା ଦ୍ୱାରା ପରୀକ୍ଷଣର ଅନ୍ତିମ ପର୍ଯ୍ୟାୟ ମଧ୍ୟ ଶେଷ ହୋଇଛି । ଆଉ ଏବେ ଏହା ବ୍ୟବହାର ପାଇଁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ । ରିପୋର୍ଟ ଅନୁସାରେ, ସେନାର ଚୂଡାନ୍ତ ପରୀକ୍ଷଣ ପରେ ଏବେ ଏହାକୁ ସିଆରପିଏଫ, ବିଏସଏଫ ଓ ରାଜ୍ୟ ପୁଲିସ ବଳରେ ଯୁଦ୍ଧ ପାଇଁ ବ୍ୟବହାର କରାଯାଇପାରିବ । ଆଧୁନିକ ଓ ନୂଆ ଟେକ୍ନିକ ଏଥିରେ ବ୍ୟବହାର କରାଯାଇଛି । ଏହା ସହିତ ଏହା ଉପସ୍ଥିତ ସମୟରେ ସେନା ଦ୍ୱାରା ବ୍ୟବହାର ହେଉଥିବା ୯ ଏମଏମ କାର୍ବାଇନର ସ୍ଥାନ ନେବ ।

LEAVE A REPLY

Please enter your comment!
Please enter your name here