26.1 C
Bhubaneswar
Friday, March 29, 2024
Homeଓଡିଶାରଥଯାତ୍ରା ନହେଲେ ଶ୍ରୀଅଙ୍ଗକୁ ବିପଦ

ରଥଯାତ୍ରା ନହେଲେ ଶ୍ରୀଅଙ୍ଗକୁ ବିପଦ

ପୁରୀ: ରଥଯାତ୍ରା ହେବା ନହେବାକୁ ନେଇ ପୁଣି ଏକ ଖବର ଆସି ପହଂଚିଛି । ରଥଯାତ୍ରା ନହେଲେ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ବିପଦ । ଅଣସର ଘରକୁ ନଗଲେ ଠାକୁରଙ୍କ ସତ୍ତା ରହିବ ନାହିଁ । ସେଥିପାଇଁ ରଥଯାତ୍ରା ଜରୁରୀ ବୋଲି କହିଛନ୍ତି ପ୍ରଭୁ ବଳଭଦ୍ରଙ୍କ ମୁଖ୍ୟ ବାଡଗ୍ରାହୀ ହଳଧର ଦାସମହାପାତ୍ର । ଆଜି ରଥଯାତ୍ରାକୁ ନେଇ ସେ ଏଭଳି ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି, ‘ଯଦି ରଥଯାତ୍ରା ବନ୍ଦ ହେବ, ତେବେ ସ୍ନାନଯାତ୍ରା କାହିଁକି ହେବ ? ଆଉ ଯଦି ସ୍ନାନଯାତ୍ରା ନହେଲା ତେବେ ଅଣସର ନୀତି ବି ହୋଇପାରିବ ନାହିଁ । ଯଦି ଅଣସର ନୀତି ନହେଲା ତେବେ ଶ୍ରୀଅଙ୍ଗ କ୍ଷତିଗ୍ରସ୍ତ ହେବ’ ବୋଲି ସେ କହିଛନ୍ତି । ‘ଅଣସରରେ ଗୁପ୍ତ ନୀତି ନହେଲେ ଶ୍ରୀଅଙ୍ଗକୁ ଘୋର ବିପଦ ହୋଇପାରେ’ ବୋଲି ସେ ସୂଚନା ଦେଇଛନ୍ତି । ଏହାଛଡା ‘ଏବର୍ଷ ରଥଯାତ୍ରା ନହେଲେ ଆର ବର୍ଷ ବି ହୋଇପାରିବ ନାହିଁ । ସାମାଜିକ ଦୂରତ୍ୱ ରଖି ସ୍ନାନଯାତ୍ରା ହୋଇପାରିବନି ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି । ତେବେ ୩ ଠାକୁରଙ୍କ ପାଇଁ ୨୫୦ ଲୋକ ନହେଲେ ସ୍ନାନଯାତ୍ରା ହେବନି’ ବୋଲି ସେ ମତ ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking