43.9 C
Bhubaneswar
Friday, April 19, 2024
Homeଓଡିଶାରଥଯାତ୍ରାର ଦ୍ୱନ୍ଦ୍ୱ ଦୂର କରନ୍ତୁ ରାଜ୍ୟସରକାର : ବିଜେପି

ରଥଯାତ୍ରାର ଦ୍ୱନ୍ଦ୍ୱ ଦୂର କରନ୍ତୁ ରାଜ୍ୟସରକାର : ବିଜେପି

 କେନ୍ଦ୍ର ସରକାର ୨୪ ଘଂଟା ଭିତରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଅନୁମତି ଦେଇଥିଲେ
 ହାଇକୋର୍ଟଙ୍କ ନିଷ୍ପତି ଅନୁସାରେ ରଥଯାତ୍ରା ପାଇଁ ଚୂଡାନ୍ତ ନିଷ୍ପତି ରାଜ୍ୟସରକାର ନେବେ
 ଋଥଯାତ୍ରାକୁ ଆଉ ଅଳ୍ପ ଦିନ ବାକିଥିବାବେଳେ ସରକାର କୌଣସି ପ୍ରସ୍ତୁତି ବୈଠକ ଆରମ୍ଭ କରିନାହାଁନ୍ତି
 ସାମାଜିକ ଦୂରତାକୁ ମାନି ଯେପରି ବନ୍ଦେ ଉତ୍କଳ ଜନନୀ କାର୍ଯ୍ୟକ୍ରମ କରାଗଲା ଠିକ୍ ସେମିତି ନୀତି ନିୟମ ମାନି ମହାପ୍ରଭୃଙ୍କର
ରଥଯାତ୍ରା ମଧ୍ୟ ଆୟୋଜନ କରାଯାଇ ପାରିବ
 ବିଶେଷଜ୍ଞଙ୍କ ମତରେ ଯଦି ଚଳିତ ବର୍ଷ ରଥଯାତ୍ରା ନହୁଏ ତେବେ ଗୋଟିଏ ବର୍ଷ ଧରି ପ୍ରଭୃ ଜଗନ୍ନାଥ ଅଣସର ଘରେ ରହିବେ
ଭୁବନେଶ୍ୱର : ରଥଯାତ୍ରା ମହାପ୍ରଭୃ ଶ୍ରୀ ଜଗନ୍ନାଥଙ୍କର ଶତାଦ୍ଦି ଶତାଦ୍ଦିର ଏକ ପରମ୍ପରା । ଓଡିଶାର ଜନତା ଏବଂ ସାରା
ବିଶ୍ୱର ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହିତ ରଥଯାତ୍ରା ଅନାଦି କାଳରୁ ରହି ଆସିଛି । ସମଗ୍ର ବିଶ୍ୱରେ ରଥଯାତ୍ରା ପାଳନ କରାଯାଉଛି
ଯାହାର ପ୍ରମୁଖ କେନ୍ଦ୍ର ପୁରୀ ଜଗନ୍ନାଥ ଧାମ । ଚଳିତ ବର୍ଷ ରଥଯାତ୍ରାକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ଏହା ପଛରେ ରାଜ୍ୟ
ସରକାରଙ୍କ ନୀରବତା ଏକ ପ୍ରମୁଖ କାରଣ । ପୁରୀରେ ଜଗନ୍ନାଥ ମହାପ୍ରଭୃଙ୍କ ରଥଯାତ୍ରା ହେବ କି ନାହିଁ ତାହାର ଏକ ସ୍ପଷ୍ଟ ଚିତ୍ର ମୁଖ୍ୟମନ୍ତ୍ରୀ
ଜନସାଧାରଣଙ୍କୁ ଜଣାନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଦାବି କରିଛନ୍ତି ।
ରଥ ନିର୍ମାଣ ହେବ କି ନାହିଁ ସେଥିପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡିଥିଲେ ରାଜ୍ୟସରକାର । କେନ୍ଦ୍ର ସରକାର ୨୪ ଘଂଟା
ଭିତରେ ନିଷ୍ପତି ଜଣାଇଲେ ଏବଂ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ସହମତି ଦେଇଥିଲେ । ରଥ ନିର୍ମାଣ ଏହା ପରେ ଆରମ୍ଭ ହୋଇଥିଲା । କିନ୍ତୁ
ଏବେ ରାଜ୍ୟରେ ରଥଯାତ୍ରା ହେବ କି ନାହିଁ ସେ ନିଷ୍ପତି ନେବା ପାଇଁ ରାଜ୍ୟ ସରକାର କାହିଁକି ବିଳମ୍ବ କରୁଛନ୍ତି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ
କରିଛନ୍ତି ।
ନିକଟରେ ପୁରୀରେ ମହାପ୍ରଭୃ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ନେଇ ଜଣେ ବ୍ୟକ୍ତି ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ପ୍ରୟୋଜିତ ଭାବେ
ଜନସ୍ୱାର୍ଥ ମାମଲା ଦାଏର କରି କରୋନା ମହାମାରୀ ପରିପ୍ରେକ୍ଷୀରେ ମହାପ୍ରଭୃ ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ କରିବା ପାଇଁ ଅନୁରୋଧ କରିଥିଲେ ।
ମାତ୍ର ଏ ସଂପର୍କିତ ଶୁଣାଣି କରି ମାନ୍ୟବର ହାଇକୋର୍ଟ ରାଜ୍ୟ ସରକାରଙ୍କ ଉପରେ ଦାୟୀତ୍ୱ ନ୍ୟସ୍ତ କରିଛନ୍ତି । କରୋନା ମୁକାବିଲା ନେଇ ଥିବା
ବିଭିନ୍ନ ନିୟମାବଳୀକୁ ଦେଖି ରାଜ୍ୟସରକାର ନିଷ୍ପତି ନେବେ ବୋଲି ହାଇକୋର୍ଟ କହିଛନ୍ତି । ଏପରି ପରିସ୍ଥିତିରେ ରାଜ୍ୟସରକାର ତୁରନ୍ତ ନିଜ
ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ସ୍ନାନ ପୂର୍ଣ୍ଣିମା ସୁଦ୍ଧା ଋଥଯାତ୍ରାକୁ ନେଇ ପୂର୍ବ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟୟରେ ଥାଏ । ରଥଯାତ୍ରା ପୂର୍ବରୁ ଆରଡିସି, ଆଇନମନ୍ତ୍ରୀଙ୍କ ସ୍ତରରେ
ସମୀକ୍ଷା ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସବୁ ବିଭାଗ ଗୁଡିକର ବୈଠକ ଅନୁଷ୍ଠିତ ହୋଇ ପ୍ରସ୍ତୁତିର ଚୂଡାନ୍ତ ରୂପରେଖ ତିଆରି ହୁଏ । ସବୁ
ବିଭାଗର ମିଳିତ ସମନ୍ୱୟ ବୈଠକ ବାରମ୍ବାର ହେବା ସହ ବିଭିନ୍ନ ବିଭାଗ ପ୍ରସ୍ତୁତି ବୈଠକ ନିଜ ନିଜ ସ୍ତରରେ କରିଥାନ୍ତି । କିନ୍ତୁ ଏଯାବତ
ସରକାର କୌଣସି ପ୍ରସ୍ତୁତି ବୈଠକ କରିନାହାଁନ୍ତି । ଜଗନ୍ନାଥ ବିଶେଷଜ୍ଞମାନେ କହୁଛନ୍ତି କି, ଯଦି ଚଳିତ ବର୍ଷ ରଥଯାତ୍ରା ନହୁଏ ତେବେ ଗୋଟିଏ
ବର୍ଷ ଧରି ପ୍ରଭୃ ଜଗନ୍ନାଥ ଅଣସର ଘରେ ରହିବେ । ଏଥିପାଇଁ ସାଧାରଣ ଜନତାଙ୍କ ମନରେ ଅନେକ ଆଶା ଓ ଆଶଙ୍କା ଭରି ରହିଛି ବୋଲି ଶ୍ରୀ
ହରିଚନ୍ଦନ କହିଛନ୍ତି ।
କେନ୍ଦ୍ର ସରକାର ଦେଶର ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ଅମୁମତି ଦେଇଛନ୍ତି । ମାତ୍ର ରାଜ୍ୟସରକାର ଚଳିତମାସ ଶେଷ
ପର୍ଯ୍ୟନ୍ତ ଧର୍ମିକ ଅନୁଷ୍ଠାନ ବନ୍ଦ ରଖିବା ପାଇଁ ନିଷ୍ପତି ନେଇଛନ୍ତି । ରାଜ୍ୟରେ ପ୍ରତ୍ନତ୍ୱାତିକ ସଂସ୍ଥା (ଏଏସଆଇ)ଦ୍ୱାରା ପରିଚାଳିତ ମନ୍ଦିର ଗୁଡିକ ମଧ୍ୟ
ରାଜ୍ୟସରକାର ବନ୍ଦ କରିଛନ୍ତି । ଅନ୍ୟ ରାଜ୍ୟମାନଙ୍କରେ ମନ୍ଦିର ଖୋଲିଥିବା ବେଳେ ରାଜ୍ୟ ସରକାର ଚାହିଁଥିଲେ ସାମାଜିକ ଦୂରତାକୁ ବଜାୟ ରଖି
ବିଭିନ୍ନ ଧର୍ମାନୁଷ୍ଠାନ ଖୋଲି ପାରିଥାନ୍ତେ । ହେଲେ ସେପରି କଲେ ନାହିଁ । ସେହିପରି ବନ୍ଦେ ଉତ୍କଳ ଜନନୀ ଗାନ କରି କୋଭିଡ ଯୋଦ୍ଧାଙ୍କୁ
ସମ୍ମାନିତ କରିବା ପାଇଁ ପୁରୀ ବଡ ଦାଣ୍ଡରେ ହଜାର ହଜାର ଲୋକଙ୍କୁ ନେଇ ଆୟୋଜନ କରାଯାଇଥିଲା । ଲୋକସେବା ଭବନ, ବିଭିନ୍ନ ସ୍ଥାନରେ
ସରକାରୀ କର୍ମଚାରୀ ଓ ପୋଲିସ ବାହିନୀ ବହୁ ସଂଖ୍ୟାରେ ଏକାଠୀ ହୋଇ ବନ୍ଦେ ଉତ୍କଳ ଜନନୀ ଗାନ କଲେ । ଏହି ସବୁ ସ୍ଥାନରେ ସାମାଜିକ
ଦୂରତାକୁ ମାନି ଯେପରି କାର୍ଯ୍ୟକ୍ରମ କରାଗଲା ଠିକ୍ ସେମିତି ନୀତି ନିୟମ ମାନି ମହାପ୍ରଭୃଙ୍କର ରଥଯାତ୍ରା ମଧ୍ୟ ଆୟୋଜନ କରାଯାଇ ପାରିବ
ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking