39.4 C
Bhubaneswar
Thursday, April 18, 2024
Homeଓଡିଶାରଥଯାତ୍ରା: ହସ୍ତକ୍ଷେପ କଲେନି ହାଇକୋର୍ଟ

ରଥଯାତ୍ରା: ହସ୍ତକ୍ଷେପ କଲେନି ହାଇକୋର୍ଟ

ଭୁବନେଶ୍ୱର: ପୁରୀ ଛଡା ଅନ୍ୟ ଜାଗାରେ ରଥଯାତ୍ରା ପାଇଁ ଆବେଦନ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି । ଏ ସଂପର୍କୀତ ସରକାରୀ ନିର୍ଦ୍ଦେଶନାମାରେ ହସ୍ତକ୍ଷେପ ପାଇଁ ମନା କରିଛନ୍ତି । କେନ୍ଦ୍ରାପଡା ଓ ଭଟଲୀରେ ରଥଯାତ୍ରା ପାଇଁ ୫ଟି ମାମଲା ହୋଇଥିଲା । କେନ୍ଦ୍ରାପଡା ପାଇଁ ୪ଟି ଓ ଭଟଲୀ ପାଇଁ ଗୋଟିଏ ମାମଲା ହୋଇଥିଲା । ହସ୍ତକ୍ଷେପ ପାଇଁ ମନା କରିବା ସହିତ ୫ଟି ମାମଲାର ଅନ୍ତ ଘଟାଇଛନ୍ତି ।

ରାଜ୍ୟ ସରକାର କେନ୍ଦ୍ରାପଡାର ତୁଳସୀକ୍ଷେତ୍ରରେ ରଥଯାତ୍ରା ବନ୍ଦ କରିଥିବା ପ୍ରତିବାଦରେ  ୨୩ ତାରିଖରେ ସାରା କେନ୍ଦ୍ରାପଡା ଜିଲ୍ଲାର ଲୋକେ। ଅଭିନବ ଢଙ୍ଗରେ ପ୍ରତିବାଦ ଜଣାଇବାକୁ କେନ୍ଦ୍ରାପଡା ଜିଲ୍ଲା  ଜନ ଅଧିକାର ସାମୁଖ୍ୟର ମହିଳା ସଂଗଠନ ନିବେଦନ କରିଛି । ଏହିଦିନ ସଂଧ୍ୟା ୬ଟା ୩୦ ମିନିଟ ସମୟରେ କେନ୍ଦ୍ରାପଡା ଜିଲ୍ଲାର ପ୍ରତି ପରିବାରର ଲୋକେ ନିଜଘର ବୃନ୍ଦାବତୀ, ତୁଳସୀଗଛମୂଳ କିମ୍ବା ଗାଁମୁଣ୍ଡରେ ଦୀପ ଜାଳିବାକୁ ଅନୁରୋଧ କରିଛି ସାମୁଖ୍ୟ । ଏହାଛଡା ରାଜ୍ୟ ସରକାର ତାଙ୍କ ନିଷ୍ପତ୍ତିର  ପରିବର୍ତ୍ତନ କରି କୋଭିଡ କଟକଣାରେ କେନ୍ଦ୍ରାପଡା ତୁଳସୀକ୍ଷେତ୍ରରେ ରଥଯାତ୍ରା କରିବାକୁ ଏଠାରେ ଦାବି କରାଯାଇଛି ।  ସେହିପରି , ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ସଂସ୍କୃତି ଓ ଇତିହାସକୁ ସମ୍ମାନ ଜଣାଇବା ସହ କୋଭିଡ କଟକଣାରେ କିଭଳି ରଥଯାତ୍ରୀ କରିହେବ, ସେନେଇ ସରକାର ଦୃଷ୍ଟି ଦେବାକୁ କହିଛନ୍ତି ବିଜୟ ମହାପାତ୍ର। କେନ୍ଦ୍ରାପଡା ଓ ପୁରୀ ମନ୍ଦିରର ଇତିହାସ ଅତ୍ୟନ୍ତ ଘନିଷ୍ଠ। କାର୍ତ୍ତିକ ମାସରେ ବଳଦେବଜୀଉ ମନ୍ଦିରକୁ ପୁରୀ ମନ୍ଦିରରୁ ପାଟବସ୍ତ୍ର ଯାଏ। ରଥ ଉପରେ ନୀତିକାନ୍ତି କେବଳ ରଥ ଉପରେ ହୋଇପାରିବ, ମନ୍ଦିର ଭିତରେ ହୋଇପାରିବ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking