କାର୍-ବସ୍‌ ମୁହାଁମୁହିଁ, ୭ ମୃତ, ୩୨ ଆହତ

ଲକ୍ଷ୍ନୌ : ଆଜି ଭୋର ସମୟରେ ଉତ୍ତରପ୍ରଦେଶ ପିଲ୍‌ଭିଟ୍‌ ଜିଲ୍ଲାର ପୁରାଣପୁର ଅଂଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଏକ ଦ୍ରୁତଗାମୀ କାର ଓ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ବସ୍‌ ସହ ଧକ୍କା ହୋଇ କାର୍‌ଟି ଓଲଟି ପଡ଼ିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥବା ବେଳେ ୩୨ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ପରେ ପିଲଭିଟ୍ ପୁଲିସ୍‌ ଓ ସ୍ଥାନୀୟ ଲୋକ ମିଶି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସମସ୍ତ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ସମୟରେ ବସ୍‌ରେ ପ୍ରାୟ ୪୦ ଯାତ୍ରୀ ଏବଂ ବୋଲେରୋରେ ୧୦ ଜଣ ଯାତ୍ରୀ ଥିଲେ।

LEAVE A REPLY

Please enter your comment!
Please enter your name here