39.1 C
Bhubaneswar
Wednesday, April 24, 2024
Homeଓଡିଶାବୋଲେରୋ ସହ କାର୍ ମୁହାଁମୁହିଁ ଧକ୍କା; ୨ଗୁରୁତର, ୩ ଆହାତ

ବୋଲେରୋ ସହ କାର୍ ମୁହାଁମୁହିଁ ଧକ୍କା; ୨ଗୁରୁତର, ୩ ଆହାତ

ହରିଚନ୍ଦନପୁର,ତା ୩ ନଭେମ୍ବର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ମଙ୍ଗଳପୁର ଛକ ନିକଟରେ ବୋଲେରୋ ସହ କାର ମୁହାଁମୁହିଁ ଧକ୍କା, ୨ଜଣ ଗୁରୁତର ଥିବା ବେଳେ ୩ଜଣ ଆହାତ ହୋଇଛନ୍ତି । ଖବର ଅନୁଯାୟୀ ଆଜି ଅପରାହ୍ନ ୧.୩୦ ସମୟରେ ନରଣପୁର-ବ୍ରାହ୍ମଣୀପାଳ ଭିଆଇପି ରାସ୍ତାର ମଙ୍ଗଳପୁର ଓ ତାଳଡିହି ଛକ ମଧ୍ୟଭାଗରେ ଏହି ଦୁର୍ଘଟଣା ଘଟିଛି । ଏକ ସୁଇପ୍ଟ ଡିଜିଆର କାର(ଓଡି ୦୫ ଏକ୍ସ ୯୬୦୮) ଯୋଗେ ପୁରୀର ବିସ୍ମୟ ପଟ୍ଟନାୟକ(୨୮) ଓ କଟକର ସଞ୍ଜିବ ସ୍ବାଇଁ କୌଣସି କାମରେ କେନ୍ଦୁଝର ଆସୁଥିଲେ । ସେହି ସମୟରେ ଯୋଡାରୁ ଏକ ବୋଲେରୋ(ଓଡି ୦୨ ଏବି ୬୪୦୯) ଯୋଗେ ରାମଚନ୍ଦ୍ରପୁର ଥାନା ସୁଆଁଳ ଗ୍ରାମର ରମେଶ ଚନ୍ଦ୍ର ଜେନା(୬୨), କୋରେଇ ଥାନା ଧନେଶ୍ଵର ଗ୍ରାମର କୃଷ୍ଣଚନ୍ଦ୍ର ମଲ୍ଲିକ(୨୮) ଓ ଯାଜପୁର ଥାନା ବହ୍ରାଖାଇ ଗ୍ରାମର ବନମାଳୀ ମହାକୁଡ଼(୩୦) ଘରକୁ ଫେରୁଥିବା ସମୟରେ କୌଣସି କାରଣରୁ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଉଭୟ ଗାଡ଼ିର ବିସ୍ମୟ ଓ ରମେଶ ଗୁରୁତର ହୋଇଥିବା ବେଳେ ଅନ୍ୟମାନେ ସାମାନ୍ୟ ଆହତ ହୋଇଥିଲେ । ଘଟଣା ଘଟିବାର ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ହରିଚନ୍ଦନପୁର ଅଗ୍ନିଶମ ବିଭାଗକୁ ଫୋନ୍ ଯୋଗେ ଜଣାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗୁରୁତର ଓ ଆହାତଙ୍କୁ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବିସ୍ମୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking