29.1 C
Bhubaneswar
Thursday, April 25, 2024
Homeଓଡିଶାକାର୍-ବାଇକ୍ ମୁହାଁମୁହିଁ ଧକ୍କା

କାର୍-ବାଇକ୍ ମୁହାଁମୁହିଁ ଧକ୍କା

ଗଜପତି: ଗଜପତି ଜିଲ୍ଲା ମୋହନା ଥାନା ପଲି ଗଜପତି ଗାଁ ଛକରେ କାର୍-ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୨ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ମାଣ୍ଡିମେରା ପଞ୍ଚାୟତ ବିକ୍ରମପୁର ଗାଁର ଯାକୋବ ବର୍ଦ୍ଧନ ଓ ସୁବିତ୍ ବର୍ଦ୍ଧନ । କାର୍ ଚାଳକ ମଧ୍ୟ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ସୋମବାର ଅପରାହ୍ନ ପ୍ରାୟ ୨ଟା ବେଳେ ଗୋଟିଏ ବାଇକ୍ ରେ ଯାକୋବ ଓ ସୁବିତ୍ ମୋହନା ଆସୁଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କାର୍ ସହ ତାଙ୍କ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଖବର ପାଇ ମୋହନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ୨ ବାଇକ୍ ଆରୋହୀ ଓ କାର୍ ଚାଳକଙ୍କୁ ମୋହନା ମେଡ଼ିକାଲରେ ଭର୍ତ୍ତି କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking