39.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶକ୍ୟାପଟେନ ଅମରିନ୍ଦର ସିଂଙ୍କ ବଡ ବୟାନ; ଏବେ କଂଗ୍ରେସରେ ଆଉ ରହିବିନି

କ୍ୟାପଟେନ ଅମରିନ୍ଦର ସିଂଙ୍କ ବଡ ବୟାନ; ଏବେ କଂଗ୍ରେସରେ ଆଉ ରହିବିନି

ପଂଜାବ: ପଂଜାବରେ ଚାଲିଥିବା ରାଜନୈତିକ କନ୍ଦଳ ଶେଷ ହେବାର ନାଁ ହିଁ ନେଉନାହିଁ । ଗୁରୁବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏକ ବଡ ବୟାନ ଦେଇଛନ୍ତି । କ୍ୟାପଟେନ ଅମରିନ୍ଦର ସିଂହ ସ୍ପଷ୍ଟ କରିଛନ୍ତି ଯେ, ସେ ଏବେ କଂଗ୍ରେସ ଦଳରେ ରହିବେ ନାହିଁ । ସେ ଏଭଳି ଅପମାନ ସହିପାରିବେ ନାହିଁ । ଯେଉଁପରି ଭାବରେ ତାଙ୍କ ସହ ବ୍ୟବହାର କରାଯାଇଛି, ତାହା ଉଚିତ ନୁହେଁ । ତେବେ ସେ ଏହା ବି କହିଛନ୍ତି ବିଜେପିରେ ସେ ସାମିଲ ହେଉନାହାନ୍ତି । ଏକ ଟିବି ଚ୍ୟାନେଲକୁ ଇଣ୍ଟରଭ୍ୟୁ ଦେବା ସମୟରେ ସେ କହିଛନ୍ତି କି, ଯେଉଁପରି ଭାବରେ ବିଧାୟକ ଦଳ ବୈଠକ ଡକାଯାଇ ଶେଷ ମୂହୁର୍ତ୍ତରେ ସୂଚନା ଦିଆଗଲା, ସେ ସେତେବେଲେ ହିଁ ସ୍ପଷ୍ଟ କରିଦେଇଥିଲେ କି ସେ ପଦ ଛାଡୁଛନ୍ତି । ଯଦି କାହାକୁ ତାଙ୍କ ଉପରେ ବିଶ୍ୱାସ ନାହିଁ, ତେବେ ସେ ଦଳରେ ରହିବାର ଫାଇଦା ନାହିଁ ବୋଲି ସେ କହିଛନ୍ତି । ସେହିପରି ନବଜୋତ ସିଂହ ସିଦ୍ଧୁଙ୍କୁ ନେଇ ଅମରିନ୍ଦର କହିଛନ୍ତି କି ସେ ଟିମ ପ୍ଲେୟାର ନୁହଁନ୍ତି । ପଂଜାବ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଟିମ ପ୍ଲେୟାରର ଆବଶ୍ୟକତା ରହିଛି । ତେବେ ସେ ସ୍ୱୀକାର କରିଛନ୍ତି ଯେ ପଂଜାବରେ କଂଗ୍ରେସର ଲୋକପ୍ରିୟତା ହ୍ରାସ ପାଉଛି  ଓ ଆମ ଆଦମୀ ପାର୍ଟିର ଗ୍ରାଫ ଉପରକୁ ଯାଉଛି । ପଂଜାବର ନିର୍ବାଚନ ଏବେ ଭିନ୍ନ ହେବ  ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking