34.1 C
Bhubaneswar
Friday, March 29, 2024
Homeଓଡିଶାବୈପାରିଗୁଡାରେ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ନେଇ ବିଜେପିର କ୍ୟାଣ୍ଡେଲ ଧରି ପ୍ରତିବାଦ

ବୈପାରିଗୁଡାରେ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ନେଇ ବିଜେପିର କ୍ୟାଣ୍ଡେଲ ଧରି ପ୍ରତିବାଦ

ବୈପାରିଗୁଡା – ଅଘୋଷିତ ବିଦ୍ୟୁତ କାଟ ଓ ଲୋ ଭୋଲ୍ଟେଜକୁ ନେଇ ଇଲେକ୍ଟ୍ରି ଅଫିସକୁ ଘେରାଉ କରିଛି ବୈପାରିଗୁଡା ବ୍ଲକ ବିଜେପି ।ବିଜେପି କର୍ମୀମାନେ ପ୍ରଥମେ ବୈପାରିଗୁଡା ସ୍ଥିତ ଡାକବଙ୍ଗଳା ଠାରୁ ଏକ ସଭାଯାତ୍ରା ରେ ବାହାରି ସହର ପରିକ୍ରମା କରିଥିଲେ ଏବଂ ଏହା ପରେ ବୈପାରିଗୁଡା ଠାରେ ଥିବା ଇଲେକ୍ଟ୍ରି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ସାରା ରାଜ୍ୟରେ ଅହେତୁକ ବିଦ୍ୟୁତ ଦର ବୃଦ୍ଧିକୁ ନେଇ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ନୂତନ ଢଙ୍ଗରେ କ୍ୟାଣ୍ଡେଲ ଧରି ପ୍ରତିବାଦ କରିଥିଲା ।ଉକ୍ତ କାର୍ଯ୍ୟକ୍ରମରେ ବୈପାରିଗୁଡା ମଣ୍ଡଳ ସଭାପତି ଉମେଶ ପଟ୍ଟନାୟକ ଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଏକତ୍ରିତ ହୋଇ ବୈପାରିଗୁଡା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରାଉ କରିଥିଲେ ।କୋରୋନା ମହାମାରୀ ସମୟରେ ଲକଡାଉନ ସଟଡାଉନ ପ୍ରଭାବରେ ଲୋକମାନଙ୍କ କର୍ମମୟ ଜୀବନର ମେରୁଦଣ୍ଡ ଭାଙ୍ଗି ଯାଇଥିବା ନେଇ ପ୍ରକାଶ କରିଛି ଦଳ ।କେନ୍ଦ୍ର ସରକାରଙ୍କ ବିଦ୍ୟୁତ ଉତ୍ପାଦନ କମ୍ପାନୀ ଗୁଡିକ ଶହ ଶହ କୋଟି ଟଙ୍କାର ସବସିଡ ଦେଇ ରାଜ୍ୟ ସରକାରଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଇ ଦେଉଥିବା ବେଳେ ରାଜ୍ୟ ସରକାର ବିଦ୍ୟୁତ ଶୁକ୍ଳ ଉପଭୋକ୍ତାଙ୍କୁ ଦୁର୍ଦ୍ଦିନ ଆଡକୁ ଠେଲି ଦେଉଛନ୍ତି ବୋଲି ଭାରତୀୟ ଜନତା ପାର୍ଟି ଅଭିଯୋଗ କରିଛି ।ସେପଟେ ପିଲାମାନଙ୍କ ଅନଲାଇନରେ ପାଠପଢା ଚାଲିଥିବା ବେଳେ ବାରମ୍ବାର ବିଦ୍ୟୁତକାଟ କରି ପିଲାମାନଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଉଛନ୍ତି ବୋଲି ମଧ୍ୟ ବିଜେପି ଅଭିଯୋଗ କରିଛି ।ଏନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ନିର୍ବାହୀ ଯନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରାଯାଇଛି ।ପ୍ରଦାନ କରିବା ସମୟରେ ବୈପାରିଗୁଡା ମଣ୍ଡଳ ସଭାପତି ଉମେଶ ଚନ୍ଦ୍ର ପଟ୍ଟନାୟକ, ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ବିପଦ ଭଞ୍ଜନ ଦାସ, ରାଜ୍ୟ ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସୁଧାଂଶୁ ଶେଖର ଜେନା, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସାୱନ ମହାନ୍ତି, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସଂଯୁକ୍ତା ସେଠୀ, ଜିଲ୍ଲା ସମ୍ପାଦିକା ମାନ୍ଦାକିନି ପାଇକ, ବରିଷ୍ଠ କର୍ମୀ ମନୋଜ କୁମାର ନାୟକ, ଏ.ତ୍ରିନାଥ ରାଓ, ସୀମାଞ୍ଚଳ ନାୟକ, ଚକ୍ର ବୈରାଗୀ, ପ୍ରଭାକର ରାଓ, ଧନପତି ନାୟକ, ରାଜେନ୍ଦ୍ର କୁମାର ଗୌଡ଼, କେଶବ ଖିଲ, ମକର ମାଳୀ, ପଦ୍ମନ ମାଳୀ, ଶିବ ଶଙ୍କର ପ୍ରଧାନୀ, ଶ୍ୟାମ ମାଳୀ ଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ ।

ରିପୋର୍ଟ – ବନଲତା ଲେଙ୍କା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking