କର୍କଟ ରୋଗୀ ପାଇଁ ସରକାରଙ୍କ ସ୍ବାସ୍ଥ୍ୟ ସେବା ସାତସପନ

ମୟୂରଭଞ୍ଜ- ସରକାରଙ୍କ ସ୍ବାସ୍ଥ୍ଯ ବିମା ଗରିବ ଲୋକଙ୍କ କାର୍ଯ୍ଯ ରେ ଆସୁନଥିବାରୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ରାଜ୍ଯ ସରକାରଙ୍କ ସ୍ବାସ୍ଥ୍ଯ ବିମା ଯୋଜନା ମହିଳା ମାନଙ୍କ ପାଇଁ ୭ ଲକ୍ଷ ଓ ପୁରୁଷ ମାନଙ୍କ ପାଇଁ ୬ ଲକ୍ଷ ଏହି ଗରିବ ଙ୍କ ପାଇଁ ସାତସପନ।

ଏଭଳି ଦୁଃଖଦ ଘଟଣା ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ୍ ଅଧିନରେ ଥିବା ମାନଗୋବିନ୍ଦପୁର ପଞ୍ଚାୟତରେ ଦେଖିବାକୁ ମିଳିଛି ।ଆଉ ଏ ହେଉଛନ୍ତି କ୍ଯାନସର ପୀଡିତ ଶୁସାନ୍ତ କୁମାର ବାରିକ୍ ।ଆଜିକୁ ଚାରିବର୍ଷ ହେବ ଶୁସାନ୍ତ ଏହି ରୋଗରେ ପିଡିତ। ନିକଟସ୍ଥ ମାଣତ୍ରୀ ସ୍ବାସ୍ଥ୍ଯ କେନ୍ଦ୍ର ଠାରୁ କଟକ ବଡ ମେଡିକାଲ ପର୍ଯ୍ୟନ୍ତ ଧାଇଁ ଧାଇଁ ନୟାନ୍ତ ହେଲେଣି ଶୁସାନ୍ତ ଙ୍କ ସ୍ତ୍ରୀ ମିନାକ୍ଷୀ ବାରିକ୍ । ପିଡିତ ଶୁସାନ୍ତ ଙ୍କ ପରିବାରରେ ରୋଜଗାର କରିବା ଲୋକ କହିଲେ କେହିନାହିଁ । ତାଙ୍କ ପରିବାରରେ ଶୁସାନ୍ତ ଆଉ ତାଙ୍କ ସ୍ତ୍ରୀ ମିନାକ୍ଷୀ, ୧୨ ବର୍ଷର ପୁଅ ଏବଂ ବିଧବା ମାଆ । ତେଣୁ ଘରେ ରୋଜଗାର କରିବାକୁ ଆଉ କେହି ନଥିବାରୁ ବର୍ତ୍ତମାନ ଅତ୍ୟନ୍ତ କଷ୍ଟ ରେ ଦିନ ବିତୁଛି କ୍ଯାନସର ପୀଡିତ ଶୁସାନ୍ତ ଙ୍କ ପରିବାର। ତେଣୁ ଅର୍ଥ ଅଭାବରୁ ଆମେ କୌଣସି ବଡ ଡାକ୍ତରଖାନା କୁ ନେଇ ଚିକିତ୍ସା କରିପାରୁ ନାହୁଁ । ଯୋଦି ସରକାର ମୋ ସ୍ବାମୀର ଦାୟିତ୍ବ ନେଇ ଉନ୍ନତ ମାନର ଚିକିତ୍ସା କରନ୍ତେ । ତେବେ ମୋ ସ୍ବାମୀଙ୍କୁ ସୁସ୍ଥ ଭାବରେ ପାଇପାରନ୍ତି ବୋଲି ପିଡିତ ଙ୍କ ସ୍ତ୍ରୀ ମିନାକ୍ଷୀ ବାରିକ୍ ସରକାରଙ୍କୁ ଗଭୀର ଦୁଃଖ ରେ ନିବେଦନ କରିଛନ୍ତି ।ସେପଟେ ରୋଜଗାରିଆ ପୁଅର ଏଭଳି ଅବସ୍ଥାକୁ ଦେଖି ମାଆ ଦୁଃଖରେ ଭାଙ୍ଗି ପଡିଛନ୍ତି । ଆଉ ପୁଅର ଉତ୍ତମ ଚିକିତ୍ସା ପାଇଁ ଗଣମାଧ୍ୟମ ଜରିଆରେ ମାଆ ସରୋଜିନୀ ବାରିକ୍ ସରକାରଙ୍କୁ ନିବେଦନ କରିଛନ୍ତି ।

ଲୋକଙ୍କ ସ୍ବାସ୍ଥ୍ଯ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କଣ ପାଇଁ ସେସବୁ ଯୋଜନାରୁ ଏହି ଶୁସାନ୍ତଙ୍କ ଭଳି ଅନେକ ଗରିବ ଲୋକେ ବଞ୍ଚିତ ହେଉଛନ୍ତି । ତାହା ସାଧାରଣ ଲୋକଙ୍କ ମଧ୍ଯରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗାଁ ଲୋକଙ୍କ ସହଯୋଗ ରେ ମୁଁ ଆଜି ଟିକିଏ ଔଷଧ ପତ୍ର କଣିପାରୁଛି ।ଆଜିପର୍ଯ୍ଯନ୍ତ ସରକାରଙ୍କ ସ୍ବାସ୍ଥ୍ଯ ସହାୟତା କହିଲେ କିଛି ମିଳିପାରି ନାହିଁ ।ଚାଲିବାକୁ ବଳ ନାହିଁ କି ଖାଇବାକୁ ଶକ୍ତି ନାହିଁ । ତଥାପି ନିଜର ପରିବାର କୁ ଭଲରେ ମୁଠାଏ ଖାଇବାକୁ ଖଣ୍ଡେ ପିନ୍ଧିବାକୁ ଦେବାପାଇଁ ବଞ୍ଚିବା କୁ ମନରେ ଅନେକ ଆଶା ବାନ୍ଧିଛନ୍ତି କ୍ଯାନସର ପୀଡିତ ଶୁସାନ୍ତ। ଆଉ ନିଜର ଉନ୍ନତ ଚିକିତ୍ସା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି । ଶୁସାନ୍ତ ଙ୍କର ଏଭଳି ଅବସ୍ଥା ପାଇଁ ଘରେ ଆଉ ତିନି ଓଳି ଚୁଲି ଜଳୁ ନାହିଁ । ଓଳିଏ ଖାଇଲେ ଦୁଇ ଓଳି ଉପାସ ରହିବାକୁ ପଡୁଛି ।ଆଉ ଶୁସାନ୍ତ ଙ୍କ ପରିବାରର ଏଭଳି ଦୁଃଖଦ ପରିସ୍ଥିତି କୁ ସହିନପାରି ତାଙ୍କ ସ୍ବାସ୍ଥ୍ଯର ଚିକିତ୍ସା ପାଇଁ ସରକାରଙ୍କୁ ଜଣେ ଗ୍ରାମବାସୀ ନିବେଦନ କରିଛନ୍ତି । ତେବେ ସରକାରଙ୍କ ନଜର ଏହି ଅସହାୟ ଗରିବ କ୍ଯାନସର ପୀଡିତ ଶୁସାନ୍ତ କୁମାର ବାରିକ୍ ଙ୍କ ଉପରେ କେବେ ପଡିବ। ଆଉ କେବେ ତାଙ୍କର ଉନ୍ନତ ମାନର ଚିକିତ୍ସା ହେବ ତାହା ଦେଖିବାକୁ ବାକି ରହିଲା ।

 

( ମୟୂରଭଞ୍ଜ ବଡ଼ସାହିରୁ ସୂର୍ଯ୍ୟକାନ୍ତି ରାଉତଙ୍କ ରିପୋଟ )

LEAVE A REPLY

Please enter your comment!
Please enter your name here