40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗକ୍ୟାନସର ରୋଗୀଙ୍କୁ ସଂକ୍ରମଣ ସମ୍ଭାବନା ବେଶୀ

କ୍ୟାନସର ରୋଗୀଙ୍କୁ ସଂକ୍ରମଣ ସମ୍ଭାବନା ବେଶୀ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ କୋଭିଡ ସଂପକିର୍ତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ କଟକସ୍ଥିତ ଆଚାର୍ଯ୍ୟ ହରିହର ହସ୍ପିଟାଲର କର୍କଟ ରୋଗ ବିଶେଷଜ୍ଞ ସୁରେନ୍ଦ୍ର ସ୍ୱାଇଁ କହିଛନ୍ତି ଯେ, କର୍କଟ ରୋଗୀ କୋଭିଡ ଆକ୍ରାନ୍ତ ହେବାର ଅଧିକ ଆଶଙ୍କା ରହିଛିି । କାରଣ କର୍କଟ ରୋଗର ସମ୍ମୁଖୀନ ହେଲେ ରୋଗ ପ୍ରତିଷେଧକ ଶକ୍ତି କମିଯାଇଥାଏ ।କର୍କଟ ରୋଗୀ କରୋନା ଲକ୍ଷଣ ଦେଖାଗଲେ ହସ୍ପିଟାଲ ଯିବାକୁ ପଡ଼ିବ । କେମୋଥେରାପି ନେଉଥିବା ବେଳେ ଯଦି ଜଣଙ୍କୁ କରୋନା ହୁଏ ତେବେ ଅତି ଜରୁରୀ ନଥିଲେ କେମୋଥେରାପିକୁ ବିଳମ୍ବ କରାଯାଇପାରେ । ବିଗତ ୪ ମାସ ମଧ୍ୟରେ ଅନେକ କର୍କଟ ରୋଗୀ କରୋନା ଭୟରେ କର୍କଟ ଚିକିତ୍ସା ବନ୍ଦ କରି ଦେଇଛନ୍ତି । କିନ୍ତୁ ରୋଗୀ ଏଭଳି କରିବା ଅନୁଚିତ ।
କର୍କଟ ରୋଗୀ ଯଦି କରୋନା ସଂକ୍ରମିତ ହୁଅନ୍ତି, ତାଙ୍କୁ ହୋମ ଆଇସୋଲେସନରେ ରଖାଯାଇପାରିବ । ଯଦି ସଂପୃକ୍ତ ଆକ୍ରାନ୍ତ ବ୍ୟକ୍ତି କରୋନା ଜନିତ କୌଣସି ଲକ୍ଷଣ ନାହିଁ, ତାହେଲେ ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ରହିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking