34.1 C
Bhubaneswar
Friday, March 29, 2024
Homeଓଡିଶାକ୍ୟାନ୍‌ସର୍ ଉଜାଡ଼ିଦେଲା ସୁନା ସଂସାର

କ୍ୟାନ୍‌ସର୍ ଉଜାଡ଼ିଦେଲା ସୁନା ସଂସାର

ମୟୁରଭଞ୍ଜ : ସୁନାର ସଂସାରକୁ ନେଇ କେତେ ସ୍ୱପ୍ନ ଦେଖିଥିଲେ । ହେଲେ ପାଟିରେ ହୋଇଥିବା ଛୋଟିଆ ଘା’ଟିଏ ଆଜି ଜୀବନର ସବୁ ସ୍ୱପ୍ନକୁ ଅଧାରେ ରଖିଦେଲା । ଏବେ ଜୀବନ ସହିତ ସଂଘର୍ଷ କରୁଥିବା ସ୍ୱାମୀର ଚିକିତ୍ସା ନିମନ୍ତେ ସ୍ତ୍ରୀ କରୁଛି ଆକୁଳ ନିବେଦନ । ଏଭଳି ଘଟଣା ଉଦଳା ବ୍ଲକ ଖୁଣ୍ଟାପାଳ ଗ୍ରାମର ସନତ ପାଣିଗ୍ରାହୀଙ୍କ କ୍ଷେତ୍ରରେ ଘଟିଛି । ସନତଙ୍କ ପରିବାର କହିଲେ ସ୍ତ୍ରୀ, ଝିଅ ଏବଂ ପୁଅ। ଝିଅ ବାହା ହୋଇଯାଇଥିବା ବେଳେ ଏବେ ପୁଅ ଏବଂ ସ୍ତ୍ରୀଙ୍କୁ ନେଇ ହସଖୁସିରେ ଜୀବନ ବିତୁଥିଲା । ହେଲେ ହଠାତ୍ ଦୁଇବର୍ଷ ପୂର୍ବେ ସନତଙ୍କ ଦାନ୍ତରେ ସମସ୍ୟା ଦେଖାଦେବାରୁ ସେ ଦାନ୍ତ ଚିକିତ୍ସା କରାଇଥିଲେ ।

ପରେ ସେଥିରୁ ରୋଗ ସଂକ୍ରମିତ ହୋଇଥିଲା ଏବଂ ପୁରା ପାଟିକୁ ଏହା ବ୍ୟାପି ଯାଇଥିଲା । ଆଜକୁ ଏକବର୍ଷ ହେବ ତାଙ୍କ ମୁହଁର ସ୍ଥିତି ଏପରି ହେଲା, ଯାହାକୁ ଖାଲି ଆଖିରେ ଦେଖିହେବ ନାହିଁ । ସ୍ୱାମୀଙ୍କ ପାଟିରେ ଘା’ଟି ଦିନକୁ ଦିନ ବଢ଼ିବା ଦେଖି ସ୍ତ୍ରୀ ଆରତୀ ତାଙ୍କୁ ପ୍ରଥମେ ବାଲେଶ୍ୱର ଏବଂ ପରେ କଟକ ନେଇ ଚିକିତ୍ସା କରାଇଥିଲେ । ପରେ ପାଟିରେ ହୋଇଥିବା ଘା କ୍ୟାନ୍‌ସର୍ ହୋଇଥିବା ଜାଣିପାରି କଟକ ଆଚାର୍ଯ୍ୟ ହରିହର ଡାକ୍ତରଖାନାରେ କେମୋ ମଧ୍ୟ ନେଇଥିଲେ । ଏତେ ସବୁ ଚିକିତ୍ସା ନିମନ୍ତେ ପାଖରେ ଥିବା ଜମିବାଡି, ସୁନା ଅଳଙ୍କାର ସବୁ ବିକିଭାଙ୍ଗି ଖର୍ଚ୍ଚ କରିସାରିଥିବା ବେଳେ ଏବେ ପୁରା ପରିବାର ନିଃସହାୟ ହୋଇପଡ଼ିଛି ।

ପୁଅ କାର୍ତ୍ତିକେଶ୍ୱର ଦିବ୍ୟାଙ୍ଗ ହୋଇଥିବାରୁ ଭଲରେ କଥା କହିପାରନ୍ତି ନାହିଁ । ହେଲେ ସେ ପାଠ ପଢୁଥିଲେ ସୁଦ୍ଧା ବାପାଙ୍କ ଏପରି ଅବସ୍ଥାରେ ଘରେ ଆର୍ôଥକ ସମସ୍ୟା ଦେଖାଦେବାରୁ ୧ବର୍ଷ ହେବ ତାଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଛି । ତେବେ ସ୍ୱାମୀଙ୍କର ଅଧିକ ଚିକିତ୍ସା ପାଇଁ ବିପୁଳ ପରିମାଣର ଅର୍ଥର ଆବଶ୍ୟକତା ରହିଥିବା ସ୍ତ୍ରୀ ଆରତି କହିଛନ୍ତି ।

ଏଭଳି ପରିସ୍ଥିତିରେ ସନତଙ୍କ ଚିକିତ୍ସା ପାଇଁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି । ଏ ବାବଦରେ କପ୍ତିପଦା ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା. ଶିବାନନ୍ଦ ମହାନ୍ତିଙ୍କୁ ପଚାରିବାରୁ ସେ ପୁରା ଘଟଣା ଶୁଣିବା ପରେ ତୁରନ୍ତ ତାଙ୍କର ଚିକିତ୍ସା ପାଇଁ ସରକାରଙ୍କ ପକ୍ଷରୁ ଥିବା ବିଭିନ୍ନ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ସନତଙ୍କ ପରିବାରକୁ କୌଣସି ବଦାନ୍ୟ ବ୍ୟକ୍ତି ସହାୟତାର ହାତ ବଢ଼ାଇବାକୁ ନିବେଦନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking