35.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗକେନାଲ ରାସ୍ତା ଧୋଇହୋଇ ଚାଷଜମି ନଷ୍ଟ

କେନାଲ ରାସ୍ତା ଧୋଇହୋଇ ଚାଷଜମି ନଷ୍ଟ

ମୟୁରଭଞ୍ଜ: କାଳଡ୍ୟାମ କେନାଲରାସ୍ତା ଧୋଇହୋଇ ଚାଷଜମି ନଷ୍ଟ ସହିତ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ। ତେବେ ପରିସ୍ଥିତି ଉପରେ ବିଭାଗୀୟ କତ୍ତୃପକ୍ଷଙ୍କ ନଜର ରହିଥିଲେ ଏଭଳି ଏକ ଅପ୍ରତ୍ୟାଶିତ ସ୍ଥିତି ଏଡ଼ାଇବା ସମ୍ଭବ ହୋଇଥାନ୍ତା ବୋଲି ଆଲୋଚନା ହେଉଛି। କିନ୍ତୁ କାହାର ଅବହେଳା ଯୋଗୁଁ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଚାଷୀ ଏବଂ ରାସ୍ତା ଉପରେ ନିର୍ଭର କରି ଯାତାୟାତ କରୁଥିବା ଲୋକମାନେ,ତାର ଉଚ୍ଚସ୍ତରୀୟ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଅଞ୍ଚଳଵାସୀଙ୍କ ପକ୍ଷରୁ ଦାବି ହେଉଛି। ସେହିପରି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ଯୋର ଧରିଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ଧୋଇ ହୋଇଯାଇଛି କାଳଡେମ  କେନାଲର ରାସ୍ତା,ପାଣି ସୁଅରେ ଧୋଇଯାଇଛି ରାସ୍ତା। ଗତକାଲି ରାତିରେ ସମ୍ପୁର୍ଣ୍ଣ ୭ ରୁ ୮ ଫିଟର ରାସ୍ତା ଖାଇ ଯିବା ସହିତ ଖାଲ ହୋଇଯାଇଛି,ଫଳରେ ପାଣି ଚାଷବିଲକୁ ମାଡ଼ି ଯିବା ଫଳରେ ଅନେକ ଫସଲ ନଷ୍ଟ ହୋଇଥିବାର ଜଣାପଡ଼ିଛି। ରାସ୍ତା ଧୋଇଯାଇ ଖାଲ ସୃଷ୍ଟି ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଫଳରେ ସ୍ଥାନୀୟ ଅଞ୍ଚଳବାସୀ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯଥାଶୀଘ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ମରାମତି କରି ଗମନାଗମନ ସ୍ୱାଭାବିକ କରିବାକୁ ଦାବି ହେଉଛି ।   

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking