29.1 C
Bhubaneswar
Friday, April 26, 2024
Homeଆଞ୍ଚଳିକ ସମସ୍ୟାୱାର୍ଡ଼-୨୫ ଓ ୨୯ରେ ତ୍ରିମୁଖୀ ଲଢ଼େଇ

ୱାର୍ଡ଼-୨୫ ଓ ୨୯ରେ ତ୍ରିମୁଖୀ ଲଢ଼େଇ

ଭୁବନେଶ୍ୱର: ଚଳିତ ଥର ୱାର୍ଡ଼ ନଂ-୨୫ ଏବଂ ୨୯ରେ କର୍ପୋରେଟର ପଦବୀ ପାଇଁ ତ୍ରିମୁଖୀ ଲଢ଼େଇ ହେବାକୁ ଯାଉଛି । ୱାର୍ଡ଼ରୁ ସ୍ୱାଧୀନ ପ୍ରାର୍ଥୀ ସେଖ୍ ନିଜାମଉଦ୍ଦିନ ପ୍ରାର୍ଥୀପତ୍ର ଗୁରୁବାର ପ୍ରତ୍ୟାହାର କରିନେଇଛନ୍ତି । ପୂର୍ବତନ କର୍ପୋରେଟର ଭାବେ ୱାର୍ଡ଼ରେ ନିଜାମଉଦ୍ଦିନଙ୍କ ଖୁବ୍ ଦବଦବା ରହିଥିଲେ ମଧ୍ୟ ଦଳୀୟ ଟିକେଟ୍ ହାସଲ କରିବାରେ ସଫଳ ହୋଇପାରିନଥିଲେ । ତେବେ ପ୍ରାର୍ଥୀପତ୍ର ଦାଖଲ ପରେ ଏହି ୱାର୍ଡ଼ ଉପରେ ସମସ୍ତଙ୍କ ନଜର ରହିଥିଲା । ତେବେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ନିଜାମଉଦ୍ଦିନ ପ୍ରାର୍ଥୀତ୍ୱ ଫେରାଇନେଇଛନ୍ତି । ଫଳରେ ୱାର୍ଡ଼ରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିବ । ଉକ୍ତ ୱାର୍ଡ଼ରେ ବିଜେପିରୁ ଅରୂପ ନାରାୟଣ ରାଉତ ପ୍ରାର୍ଥୀ ହୋଇଥିବାବେଳେ ବିଜେଡ଼ିର ଏ ରାଜୁ ଏବଂ କଂଗ୍ରେସରୁ ଦେବୀପସାଦ ବାହାଲିଆ ପ୍ରାର୍ଥୀ ରହିଛନ୍ତି । ଅନ୍ୟପଟେ ୱାର୍ଡ଼-୨୫ରେ ମଧ୍ୟ ତିନି ପ୍ରମୁଖ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିବ । ଗୁରୁବାର ସ୍ୱାଧୀନ ପ୍ରାର୍ଥୀ ଅକ୍ଷୟ ବାରିକ ପ୍ରାର୍ଥପତ୍ର ପ୍ରତ୍ୟାହାର କରିନେବା ପରେ ତ୍ରିମୁଖୀ ଲଢ଼େଇ ଏକପ୍ରକାର ସ୍ଥିର ହୋଇଛି । ପୂର୍ବତନ କର୍ପୋରେଟର ତଥା ବିଜେଡ଼ି ପ୍ରାର୍ଥିନୀ ମାନସୀରାଣୀ ସୁନ୍ଦରାୟଙ୍କ ବିପକ୍ଷରେ ବିଜେପି ପ୍ରାର୍ଥୀ ଅନଙ୍ଗ ବିକ୍ରମ ବିଶ୍ୱାଳ ଓ କଂଗ୍ରେସ ପ୍ରାର୍ଥୀ ପବିତ୍ର କୁମାର ଦାସ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking