29.1 C
Bhubaneswar
Wednesday, April 24, 2024
Homeଓଡିଶାସମ୍ ଡାକ୍ତରଙ୍କ ସାଇକେଲ୍‌ରେ ଆତ୍ମହତ୍ୟା ବିରୋଧୀ ସଚେତନତା ଯାତ୍ରା

ସମ୍ ଡାକ୍ତରଙ୍କ ସାଇକେଲ୍‌ରେ ଆତ୍ମହତ୍ୟା ବିରୋଧୀ ସଚେତନତା ଯାତ୍ରା

ଭୁବନେଶ୍ୱର : ଆତ୍ମହତ୍ୟା ଏକ ଅନାବଶ୍ୟକ ଚିନ୍ତା । ଜୀବନର ମୂଲ୍ୟ ବୁଝିବାକୁ ଅସମର୍ଥ
ହୋଇ କେହି କେହି ଏପ୍ରକାର ଭୁଲ୍ ନିଷ୍ପତି ନିଅନ୍ତି ।
ମାତ୍ର ସମାଜ ଆତ୍ମହତ୍ୟାକୁ ପ୍ରତିରୋଧ କରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରତିବର୍ଷ
ସେପ୍ଟେମ୍ବର୧୦ ତାରିଖ କୁ ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ଭାବେ ପାଳନ କରାଯାଏ ।
ଆତ୍ମହତ୍ୟାରେ ମାନସିକ ଚାପର ଏକ ପ୍ରମୁଖ ଭୂମିକା ରହିଛି । ସଂପ୍ରତି କୋଭିଡ୍‌-୧୯ର ବିଭୀଷିକା
ଆତ୍ମହତ୍ୟା ର ଏକ କାରଣ ପାଲଟିଛି । ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଘରେ ରହିବା , ଚାକିରୀ ହରାଇବା,
ବ୍ୟବସାୟରେ କ୍ଷତି ସହ୍ୟ କରିବା, ସାଙ୍ଗ ସାଥୀଙ୍କ ଠାରୁ ଦୂରରେ ରହିବା,ପାରିବାରିକ ମତାନ୍ତର ଓ କଳହ
ଇତ୍ୟାଦି କାରଣରୁ ସମସ୍ତେ ମାନସିକ ଚାପ ମଧ୍ୟରେ ରହୁଛନ୍ତି ।
ଏହି ଦିବସ ଅବସରରେ ଭୁବନେଶ୍ୱରର ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନସେସ୍‌
ଆଣ୍ଡ ସମ୍ ହସ୍ପିଟାଲ୍ ର ଅଭିଜ୍ଞ ଡାକ୍ତର ମାନେ ଭୁବନେଶ୍ୱରରୁ କୋର୍ଣାକ ପର୍ଯ୍ୟନ୍ତ ଏକ ସାଇକେଲ୍ ରାଲି
ରେ ଯାତ୍ରାକରି ଆତ୍ମହତ୍ୟା ନିବାରଣ ବିରୁଦ୍ଧରେ ସଚେତନତା ସୃଷ୍ଟି କରିଛନ୍ତି । ମାନସିକ ରୋଗ ବିଭାଗର
ପ୍ରଫେସର ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଡଃ. ଜିମି ନାରାୟଣ
(ଗ୍ୟାଷ୍ଟ୍ରୋଏଣେଂଟରୋଲୋଜି ବିଭାଗ ) ଓ ଡଃ. ବୁଲୁ ନାହାକ (ଇଏନଟି୍ ବିଭାଗ) ସାଇକେଲ୍‌ରେ ୬୦
କି.ମି. ଯାତ୍ରାକରି ଲୋକମାନଙ୍କୁ ଆତ୍ମହତ୍ୟା ବିରୁଦ୍ଧରେ ସଚେତନ କରାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking