30.1 C
Bhubaneswar
Thursday, April 25, 2024
Homeଓଡିଶାବଲାଙ୍ଗିର ଲୋକଉତ୍ସବ ତୃତୀୟ ସନ୍ଧ୍ୟା: କଳାର ବିକାଶ ଲାଗି ସାମୁହିକ ଉଦ୍ୟମ ଲୋଡା

ବଲାଙ୍ଗିର ଲୋକଉତ୍ସବ ତୃତୀୟ ସନ୍ଧ୍ୟା: କଳାର ବିକାଶ ଲାଗି ସାମୁହିକ ଉଦ୍ୟମ ଲୋଡା

ବଲାଙ୍ଗିର,(ଦେବାଶିଷ ମିଶ୍ର): ସ୍ଥାନୀୟ କୋଶଲ କଳା ମଣ୍ଡଳ ପଡିଆ ଠାରେ କଳା ଓ ସଂସ୍କୃତିର ମହାପର୍ବ ବିଂଶତମ ବଲାଙ୍ଗିର ଲୋକଉତ୍ସବର ତୃତୀୟ ସାନ୍ଧ୍ୟ ଅଧିବେଶନ ପ୍ରାରମ୍ଭରୁ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ରାମଧୂନ ପରିବେଷଣ କରାଯାଇଥିଲା । ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡ. ମହେଶ୍ୱର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗଦେଇ କଳାର ବିକାଶ ଲାଗି ଆମେ ଉଦ୍ୟମ କରି ଆସିଛୁ । କଳାର ବିକାଶ ଲାଗି ସାମୁହିକ ଉଦ୍ୟମ ଲୋଡା । ଆଗାମୀ ଦିନରେ ମଧ୍ୟ ଏହା ଜାରି ରହିବ, ସରକାର ମଧ୍ୟ ଏଥି ପ୍ରତି ବିଶେଷ ଦୃଷ୍ଟି ଦିଅନ୍ତୁ ବୋଲି ବିଧାୟକ ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ । ଓରମାସ ପକ୍ଷରୁ ଅନୁଷ୍ଠିତ ପଲ୍ଲିଶ୍ରୀ ମେଳା ଓ ହସ୍ତତନ୍ତ ମେଳାକୁ ଶ୍ରୀ ମିଶ୍ର ବୁଲି ଦେଖିଥିଲେ । ଅନ୍ୟତମ ବରେଣ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗଦେଇ ବଲାଙ୍ଗିର ର ଲୋକକଳାକୁ ପ୍ରୋତ୍ସାହିତ କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଏହା ସହ କଳାକାର ଭତ୍ତାକୁ ୫ ହଜାର ଟଙ୍କା ବୃଦ୍ଧି କରାଯିବାକୁ କହିଥିଲେ । ଗୁରୁଶ୍ରୀ ଡ. ଘାସିରାମ ମିଶ୍ର ଲୋକ କଳାର ବିକାଶ ଲାଗି ଲୋକକଳା ଏକାଡେମୀ କୋଶଳ କଳାମଣ୍ଡଳରେ ନିର୍ମାଣ କରାଯାଉ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଓଡିଶା ସାହିତ୍ୟ ଏକାଡେମୀର ସଭ୍ୟ ଡ. ସଂଜୟ କୁମାର ମିଶ୍ର କଳାସଂସ୍କୃତି ବିଶ୍ୱବିଦ୍ୟାଳୟ ବଲାଙ୍ଗିରରେ ହେଉ ବୋଲି କହିଥିଲେ । ଏହି ଅବସରରେ ବିଶିଷ୍ଟ ପାଟଣାଗଡ ତେଣ୍ଡାପଦର ରତାଖଣ୍ଡି ଗାଁର ସଂଞ୍ଚାର କଳାକାର ସୁବୁନି ବରିହାଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ସଭା ପରେ ସାଂସ୍କୃତିକ ବିଚିତ୍ରା ପୃଥିରାଜ ଉଚ୍ଚ ବିଦ୍ୟାଳୟ, ରାଧାରାଣୀ ସାଂସ୍କୃତିକ ସଂସଦ ବଲାଙ୍ଗିର, କାଶ୍ମୀର ଏନଜେଡସିସି ରୋଫ ଡେନ୍ସ, ହରିଆଣା ଏନଜେଡସିସି ଫାଗ ଡେନ୍ସ, ତୁଷୁରାର ବିଷ୍ଣୁ ପ୍ରିୟା କଳାପରିଷଦ, ଶିକାରୀ ଡାନ୍ସ, ଝୁମର, ଆସାମର ବିହୁ, ଅନ୍ୱେଷଣ, ବିଣାପାଣୀ ନୃତ୍ୟ ସଂଗୀତ ବିଦ୍ୟାଳୟ ଟିଟିଲାଗଡ, ଡିସିସି ରାୟଗଡା, ଡିସିସି ମାଲକାନଗିରି, ଡିସିସି ସୁନ୍ଦରଗଡ ଲୋକନୃତ୍ୟ ପରିବେଷଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking