29.1 C
Bhubaneswar
Saturday, April 20, 2024
Homeଓଡିଶା୧୪ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର : ବିଦ୍ୟୁତ୍ ଯାନକୁ ସରକାରୀ ପ୍ରୋତ୍ସାହନ

୧୪ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର : ବିଦ୍ୟୁତ୍ ଯାନକୁ ସରକାରୀ ପ୍ରୋତ୍ସାହନ

ଭୁବନେଶ୍ୱର: ଗାଡ଼ି ଧୂଆଁ ଜନିତ ପ୍ରଦୂଷଣକୁ ରୋକିବା ନିମନ୍ତେ ରାଜ୍ୟ ସରକାର କଠୋର ହୋଇଛନ୍ତି । ଏଣିିକି ଇ-ଯାନ ବା ବିଦ୍ୟୁତ୍ ଚାଳିତ ଯାନ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ ସରକାର ରିହାତି ସହ ପ୍ରୋତ୍ସାହନ ଦେବେ । ଶୁକ୍ରବାର ‘ଓଡ଼ିଶା ବୈଦୁତିକ ମୋଟରଯାନ ନୀତି-୨୦୨୧’ କ୍ୟାବିନେଟ ମଞ୍ଜୁରୀ ପାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ବୈଠକରେ ‘ଇ-ଯାନ’ ସହ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ଲାଭକରିଛି । ଏଥିରେ ଅର୍ଥ, ଜଳସମ୍ପଦ, ସ୍ୱାସ୍ଥ୍ୟ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ବାଣିଜ୍ୟ ଓ ପରିବହନ,ସାଧାରଣ ପ୍ରଶାସନ,ଉଚ୍ଚଶିକ୍ଷା,ଆଇନ,ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଭଳି ବିଭାଗର ପ୍ରସ୍ତାବରେ ବି କ୍ୟାବିନେଟ୍ ମୋହର ବାଜିଛି । ବୈଠକ ପରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ବିଗତ କିଛି ଦଶନ୍ଧି ଧରି ଲାଗି ରହିଥିବା ଦ୍ରୁତ ବିଶ୍ୱ ତାପମାନ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ରାସ୍ତାରେ ପାରମ୍ପରିକ ଇନ୍ଧନରେ ଚାଲୁଥିବା ମୋଟର ଯାନଗୁଡ଼ିକରୁ ନିସୃତ ବିଷାକ୍ତ ବସ୍ତୁ ଓ ବାୟୁ ଏହି ବିଶ୍ୱ ତାପାୟନ ପାଇଁ ବହୁଳ ଭାବରେ ଦାୟୀ । ଏହି ପରିପ୍ରେକ୍ଷୀରେ ବିଶ୍ୱ ତାପାୟନକୁ ହ୍ରାସ କରିବା ପାଇଁ ପାରମ୍ପରିକ ଇନ୍ଧନରେ ବାଲୁଥିବା ମୋଟର ଯାନର ହ୍ରାସ ଘଟାଇ ବୈଦ୍ୟୁତିକ ଯାନର ପ୍ରଚଳନକୁ ତ୍ୱରିତ କରିବା ନିହାତି ଜରୁରୀ । ତେଣୁ ରାଜ୍ୟ ସରକାର \”ବୈଦ୍ୟୁତିକ ଯାନ ନୀତି’ ଆଣିବା ପାଇଁ ସ୍ଥିର କରିଛନ୍ତି ।

ଶ୍ରୀ ମହାପାତ୍ର କହିଥିଲେ, ୨୦୨୫ ସୁଦ୍ଧା ବ୍ୟାଟେରୀ ବା ବୈଦ୍ୟୁତିକ ଯାନ ଶତକଡା ୨୦ ଭାଗ ପ୍ରଚଳନ କରିବା ଏହି ନୀତିରେ ମୂଳ ଲକ୍ଷ୍ୟ ରହିଛି । ଫଳରେ ବୈଦ୍ୟୁତିକ ଯାନ ଏହାର ଯନ୍ତ୍ରାଂଶ ଓ ବ୍ୟାଟେରୀ ଉତ୍ପାଦନକାରୀ ଭଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ସହିତ ଏକ୍ଷେତ୍ରରେ ନବୀଜଗଣ ଓ ଗବେଷଣାକୁ ପ୍ରୋତ୍ସାହନ ଦେବା ପାଇଁ ବ୍ୟବସ୍ଥା ହୋଇଛି ।ନୀତି ଆଧାରରେ, ଉତ୍ପାଦନକାରୀ କମ୍ପାନୀ, ଯାନ ବ୍ୟବହାରକାରୀ ଜନସାଧାରଣଙ୍କୁ ଆର୍ôଥକ ରିହାତି ଦେବାର ବ୍ୟବସ୍ଥା ହୋଇଛି । ବିଶେକେରି ଗାଡ଼ି ପଞ୍ଜୀକରଣ ଦେୟ ଓ ରୋଡ୍ ଟ୍ୟାକ୍ସ ଛାଡ଼ କରିବାର ନୀତିରେ ପ୍ରାବଧାନ ରହିଛି । ଏହା ବ୍ୟତୀତ ପୁରୁଣା ଗାଡ଼ିଗୁଡିକୁ ସ୍କ୍ରାପ୍ ବା ରଦ୍ଦ କରିବା ପାଇଁ ପ୍ରୋତ୍ସାହନ କରାଯିବଏବଂ ବୈଦ୍ୟୁତିକ ଗାଡ଼ିି କିଣିବା ପାଇଁ ଋଣ ବାବଦକୁ ସୁଧ ଛାଡ଼ର ବ୍ୟବସ୍ଥା ହେବ । ସେହିପରି ମଧ୍ୟମ, କ୍ଷୁଦ୍ର ଓ ଅଣୁ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) ବିଭାଗର ‘ଷ୍ଟାର୍ଟ ଅଫ୍‌’ ନୀତିରେ ବୈଦ୍ୟୁତିକ ଯାନ ଉଦ୍ୟୋଗ’ ପାଇଁ ପ୍ରୋତ୍ସାହନ ଦିଆଯିବ ବୋଲି ରାଜ୍ୟ କ୍ୟାବିନେଟ ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଏନେଇ ବିଧାନସଭାର ଅନୁମୋଦନ ପରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଭାବେ ବଜ୍ଞପ୍ତି ପ୍ରକାଶ ପାଇବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସ୍ପଷ୍ଟ କରିଥିଲେ ।

ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ, ରାଜ୍ୟ ସରକାର ପ୍ରାରମ୍ଭିକ ସ୍ତରରେ ବିଦ୍ୟୁତ ଗାଡ଼ି ପ୍ରୋତ୍ସାହନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଦୁଇ ଚକିଆ ଯାନ ପାଇଁ ଓଡ଼ିଶା ସରକାର ୫ହଜାର ଟଙ୍କାର ରିହାତି ଦେଉଥିବାବେଳେ ତିନି ଚକିଆ ଯାନ ପାଇଁ ୧୨ ହଜାର ଟଙ୍କାର ରିହାତି ଏବଂ ଚାରି ଚକିଆ ଯାନ ପାଇଁ ସର୍ବାଧିକ ୧ଲକ୍ଷ ଟଙ୍କାର ରିହାତି ଦେବେ । ବିଶେଷକରି ରୋଡ୍ ଟ୍ୟାକ୍ସ ଓ ପଞ୍ଜିକରଣ ଛାଡ଼ ମିଳିବ । କେବଳ ବେସରକାରୀ ନୁହେଁ ସରକାରୀ ବିଭାଗ ଓ କମ୍ପାନୀଗୁଡ଼ିକ ବିଦ୍ୟୁତ୍ ଚାଳିତ ଯାନ କିଣିଲେ ଅଧିକ ରିହାତି ମିଳିବ । ହେଲେ ସରକାରୀ ଭାବେ କେତେ ରିହାତି ମିଳିବ ସେନେଇ ଘୋଷଣା ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking