29.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗକ୍ୟାବିନେଟରେ ୧୬ଟି ପ୍ରସ୍ତାବକୁ ମଞ୍ଜୁରୀ

କ୍ୟାବିନେଟରେ ୧୬ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୧୬ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ୧୦ଟି ଜାଗାରେ ବୃହତ ଜଳ ଯୋଗାଣ ପ୍ରକଳ୍ପ ପାଇଁ ବାଜିଛି ମୋହର । 

ଯାଜପୁର ଓ ବିଂଝାରପୁର ବ୍ଳକରେ ବୃହତ ଗ୍ରାମୀଣ ଜଳଯୋଗାଣ ପ୍ରକଳ୍ପ ହେବ । ସମ୍ବଲପୁର ଜିଲ୍ଲାର ୨୬ଟି ଗ୍ରାମ ପଂଚାୟତ ଓ ଝାରସୁଗୁଡ଼ା ଜିଲ୍ଲାର ୨ଟି ଗ୍ରାମ ପଞ୍ଚାୟତରେ ଗ୍ରାମୀଣ ପାଇପ ଜଳ ଯୋଗାଣ ପ୍ରକଳ୍ପକୁ ମଂଜୁରୀ ମିଳିଛି । ବାଲେଶ୍ବରର ରେମୁଣା ତହସିଲରେ ଏମ୍ସର ସାଟେଲାଇଟ କେନ୍ଦ୍ର ପାଇଁ ରାଜ୍ୟ ସରକାର ୨୫ ଏକର ଜମି ମଂଜୁର କରିଛନ୍ତି ।

ଆଳି, ରାଜକନିକା ଓ ଚିଲିକାରେ ବୃହତ ଗ୍ରାମୀଣ ଜଳଯୋଗାଣ ପ୍ରକଳ୍ପ ହେବ । ଟାଙ୍ଗୀ, ବାଣପୁର, ଖୋର୍ଦ୍ଧା, ଜଟଣୀଳ ଗଁଦିଆ ଓ ଭୁବନରେ ପ୍ରକଳ୍ପ ହେବ ।

ଓଡିଶା ଭିନ୍ନକ୍ଷମ ପୁନର୍ବାସ ସେବା ନିୟମ ୨୦୧୧ରେ କ୍ୟାବିନେଟ ମୋହର ବାଜିଛି । ୮ଟି ଜିଲ୍ଲାରେ ୬୪ଟି ପ୍ରଶିକ୍ଷିତ ପୁନର୍ବାସ କର୍ମଚାରୀ ପଦବୀ ସୃଷ୍ଟି ହେବ ।

ସେହି ୮ଟି ଜିଲ୍ଲା, ଯଥା- ସମ୍ବଲପୁର, କନ୍ଧମାଳ, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ଗଞ୍ଜାମ ଓ ନବରଙ୍ଗପୁର । ଏବେ କାର୍ଯ୍ୟରତ ୩୭ ପୁନର୍ବାସ କର୍ମଚାରୀ ବି କ୍ୟାଡରଭୁକ୍ତ ହେବେ ।

କ୍ୟାବିନେଟ ବୈଠକରେ ବଢିଲା ଓଡିଶା ରାଜ୍ୟ ବିହନ ନିଗମର କର୍ପସ ପାଣ୍ଠି । ବିହନ ନିଗମକୁ ୧୦୦ କୋଟିର କର୍ପସ ପାଣ୍ଠି ମଞ୍ଜୁରୀ ମିଳିଛି । ପୂର୍ବରୁ ଏହା ୬୦ କୋଟି ଥିବା ବେଳେ ଏବେ ୧୦୦ କୋଟିର ପାଣ୍ଠି ହୋଇଛି । ଉନ୍ନତମାନର ବିହନ ଓ ଚାରା ଚାଷୀଙ୍କୁ ଯୋଗାଇବାକୁ ପାଣ୍ଠିକୁ ବୃଦ୍ଧି କରାଯାଇଛି ।

ଓପିଟିସିଏମ ପାଇଁ ଆର୍ଥିକ ସହାୟତା ପ୍ରସ୍ତବାକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି । ପାରାଦୀପରେ ଓପିଟିସିଏଲର ବୃହତ ବିଦ୍ୟୁତ ଭିତ୍ତିଭୂମି ପ୍ରକଳ୍ପ ହେବ । ଏହି ପ୍ରକଳ୍ପ ପାଇଁ ୩୦% ଅର୍ଥ ରାଜ୍ୟ ସରକାର ବହନ କରିବେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking