34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗସ୍ୱାଗତ କଲେ ଗଜପତି

ସ୍ୱାଗତ କଲେ ଗଜପତି

ଭୁବନେଶ୍ୱର: ଶ୍ରୀମନ୍ଦିର ପ୍ରସ୍ତାବିତ ବାଇ ଲ କୁ କେନ୍ଦ୍ରକୁ ପ୍ରତ୍ୟାହାର କରିବା ପ୍ରସଙ୍ଗ ରେ ପ୍ରତ୍ୟାହାର ଘୋଷଣାକୁ ସ୍ୱାଗତ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଶ୍ରୀମନ୍ଦିର ପ୍ରସଙ୍ଗରେ ନିଷ୍ପତ୍ତି ପୂର୍ବରୁ ଆଲୋଚନା ପାଇଁ ସେ କହିଛନ୍ତି । ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ଆଲୋଚନା କରିବାକୁ ଗଜପତି କହିଛନ୍ତି । ଶ୍ରୀଜଗନ୍ନାଥ ଧାମର ରୂପାନ୍ତକରଣରେ ଉଭୟଙ୍କ ସହଯୋଗ ଜରୁରୀ । କେନ୍ଦ୍ର-ରାଜ୍ୟ ସମ୍ମିଳିତ ସହଯୋଗରେ ରୂପାନ୍ତକରଣ ସମ୍ଭବ । ଅନ୍ୟପଟେ ରାଜ୍ୟ ସରକାରଙ୍କ ଉଦ୍ୟମ ଫଳରେ ଏଭଳି ଏକ କଳା ଚିଠା ଅଧିନିୟମ ପ୍ରତ୍ୟାହାର ହେଲା ବୋଲି କହିଛନ୍ତି ଶ୍ରୀମନ୍ଦିର ସେବାୟତ । ଜାନୁଆରୀ ୧୮ରେ ଏନଏମଏ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ଏବଂ ଏଏସଆଇ ଦ୍ୱାରା ସଂରକ୍ଷିତ ଅନ୍ୟ କେତକ ମନ୍ଦିର ବାବଦରେ ନୋଟିସ ଜାରି କରିଥିଲେ।  ବାଇ ଲ ଲାଗୁ ହୋଇଥିଲେ ବହୁ ସେବାୟତ ପରିବାର କ୍ଷତିଗ୍ରସ୍ତ ହୋଇଥାନ୍ତେ ଓ ଜୀବନ ଜୀବିକା ମଧ୍ୟ ହରାଇଥାନ୍ତେ। ଶ୍ରୀମନ୍ଦିର ଠାରୁ ୩୦୦ ମିଟର ପରିଧି ମଧ୍ୟରେ ବିଭିନ୍ନ ପ୍ରକାର କଟକଣା ଏହି ବାଇ ଲ ରେ ରହିଥିଲା।  ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ୭୫ ମିଟର ପରିଧି ମଧ୍ୟରେ ସରକାର ଆରମ୍ଭ କରିଥିବା ବିକାଶମୂଳକ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଥାନ୍ତା। ଏଭଳି ଏକ ବାଇ ଲ କୁ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ବିରୋଧ କରିଥିଲେ। ବିଜେଡି ସାଂସଦମାନେ ଦିଲ୍ଲୀରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ବାଇ ଲ ପ୍ରତ୍ୟାହାର ପାଇଁ ଦାବି କରିବା ପରେ ଏନଏମଏ ଏହାକୁ ପ୍ରତ୍ୟାହାର କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking