33.1 C
Bhubaneswar
Thursday, April 25, 2024
Homeଓଡିଶାଜୁଲାଇ ୩୧ ସୁଦ୍ଧା ଶତପ୍ରତିଶତ ଟିକାକରଣ: ବିଏମ୍‌ସି କମିସନର

ଜୁଲାଇ ୩୧ ସୁଦ୍ଧା ଶତପ୍ରତିଶତ ଟିକାକରଣ: ବିଏମ୍‌ସି କମିସନର

ଭୁବନେଶ୍ୱର : କରୋନା ସଂକ୍ରମଣ ରୋକିବା ଲାଗି ବିଏମ୍‌ସି କଠୋର ହୋଇଛି । ନିର୍ଦ୍ଦିଷ୍ଟ ସ୍ଥାନରେ ସଂକ୍ରମଣ ସଂଖ୍ୟା ବଢ଼ିବା ପରେ କଣ୍ଟେନ୍‌ମେଣ୍ଟ ଜୋନ୍ କରିବା ସହ ଏନ୍‌ଫୋର୍ସମେଣ୍ଟ ମଧ୍ୟ ନିୟମିତ ହେଉଥିବା ସୂଚନା ଦେଇଛନ୍ତି ବିଏମ୍‌ସି କମିସନର ସଞ୍ଜୟ ସିଂହ । ସେ କହିଛନ୍ତି, ଡବଲ୍ ଡୋଜ୍ ଟିକା ନେବା ପରେ ବି ଲୋକେ ସଂକ୍ରମିତ ହେଉଥିବା ନଜରକୁ ଆସୁଛି । କିନ୍ତୁ ବିପଦ ହେଉନାହିଁ । ସେମାନଙ୍କ ଦ୍ୱାରା ଅନ୍ୟମାନେ ସଂକ୍ରମିତ ହେବା ଆଶଙ୍କା ରହିଛି । ସେଥିପାଇଁ ସେମାନେ କୋଭିଡ୍ ନିୟମ ମାନିବା ଜରୁରି ହୋଇଛି । ଭୁବନେଶ୍ୱରରେ ପାଖାପାଖି ୬ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇ ସାରିଲେଣି । ଏବେ ବିଭିନ୍ନ ବର୍ଗର ଲୋକଙ୍କୁ ସ୍ତରୱାରୀ ଟିକାକରଣ କରାଯାଉଛି । ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖଯୋଦ୍ଧା, ୪୫ବର୍ଷରୁ ଊର୍ଦ୍ଧ୍ୱ ବୟସ ବର୍ଗ ସମେତ ଗର୍ଭବତୀଙ୍କୁ ଚିହ୍ନଟ କରି ଟିକାକରଣ ପାଇଁ ବ୍ୟବସ୍ଥା ହୋଇଛି । ଜୁଲାଇ ୩୧ ତାରିଖ ସୁଦ୍ଧା ସମସ୍ତଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ଶ୍ରୀ ସିଂହ ସୂଚନା ଦେଇଛନ୍ତି । ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା କମୁଛି ବୋଲି ସେ ସୂଚନା ଦେଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ଦିନକୁ ପ୍ରାୟ ୨୦ ଜଣ ମେଡିକାଲରେ ଭର୍ତ୍ତି ହେଉଛନ୍ତି । ଏହି ୨୦ ଜଣଙ୍କ ମଧ୍ୟରୁ ଜିଲ୍ଲା ବାହାରୁ ରେଫରାଲ ରୋଗୀ ମଧ୍ୟ ରହିଛନ୍ତି । ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା କମାଇବା ପାଇଁ ବିଏମ୍‌ସି ଉଦ୍ୟମ ଅବ୍ୟାହତ ରଖିଛି । କଣ୍ଟାକ୍ଟ ଟ୍ରେସିଂ ନିୟମିତ ହେଉଥିବା ବେଳେ ଏନ୍‌ଫୋର୍ସମେଣ୍ଟ ମଧ୍ୟ ନିୟମିତ ଚାଲିଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ମାତ୍ରେ ହିଁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇ ସଂକ୍ରମଣ ଉପରେ ରୋକ୍ ଲଗାଯାଉଛି । ବ୍ୟବସାୟୀ କୋଭିଡ୍ କଟକଣାକୁ ଅଣଦେଖା କଲେ ତୁରନ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସିଲ୍ କରାଯାଉଛି । ତେବେ ଡବଲ ଡୋଜ୍ ଟିକା ନେବା ପରେ ସେମାନେ ବାହକ ହୋଇପାରନ୍ତି । ଯେଉଁମାନେ ଟିକା ନେଇ ନାହାନ୍ତି, ସେମାନଙ୍କ ପାଇଁ ଏମାନେ ବିପଦ ଆଣି ପାରନ୍ତି । ଏଣୁ ଜନସାଧାରଣ କଟକଣା ମାନିବା ନିତାନ୍ତ ଜରୁରି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking