31.1 C
Bhubaneswar
Friday, March 29, 2024
Homeଓଡିଶାମାର୍ଚ୍ଚ ସୁଦ୍ଧା ସବୁ ବଡ଼ ଗାଡିରେ ଟ୍ରାକିଂ, ପାନିକ୍ ଡିଭାଇସ୍ ବାଧ୍ୟତାମୂଳକ

ମାର୍ଚ୍ଚ ସୁଦ୍ଧା ସବୁ ବଡ଼ ଗାଡିରେ ଟ୍ରାକିଂ, ପାନିକ୍ ଡିଭାଇସ୍ ବାଧ୍ୟତାମୂଳକ

ଭୁବନେଶ୍ୱର: ଏଣିକି ଗାଡ଼ିରେ ଲାଗିବ ପ୍ୟାନିକ ବଟନ ସହିତ ଟ୍ରାକିଂ ଡିଭାଇସ । ଦୁର୍ଘଟଣା ରୋକିବା ଏବଂ ନିର୍ଦ୍ଦିଷ୍ଟ ବେଗରେ ଯାଉଥିବା ଗାଡ଼ି ଉପରେ ଲଗାମ ଲଗାଇବା ଲାଗି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ପରିବହନ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଚିଠି ଲେଖିଛନ୍ତି । ୨୦୨୨ ଡିସେମ୍ବର ୩୧ ପୂର୍ବରୁ କିଣା ଯାଇଥିବା ବା ହେବାକୁ ଥିବା ଗାଡିଗୁଡିକ ପାଇଁ ଡେଡ୍‌ଲାଇନ୍ ଧାର୍ଯ୍ୟ କରାଯାଇଛି । ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଗାଡିରେ ଏହି ଡିଭାଇସ୍ ଲଗାଇବାକୁ ବାଧ୍ୟ ବୋଲି ବିଜ୍ଞପ୍ତିରେ କୁହାଯାଇଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି ନିର୍ଦ୍ଦେଶ ପାଳନ କରୁଛନ୍ତି ରାଜ୍ୟ ସରକାର । ଏ ସମ୍ପର୍କରେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ କେନ୍ଦ୍ର ସରକାର ପ୍ରଦତ୍ତ ୫୩ ଟି ନିୟମରୁ ୪୪ଟି ନିୟମକୁ କଡାକଡି ଲାଗୁ ହୋଇଛି । ଅନ୍ୟ ବ୍ୟବସ୍ଥାକୁ ଖୁବଶୀଘ୍ର ଲାଗୁ କରାଯିବ । ୨୦୧୯ ମେ’ ୧୯ରେ ପ୍ରଥମେ ଏହି ଡିଭାଇସ୍ ବ୍ୟବହାର କରାଯାଇଥିଲା । ଇଣ୍ଡିଆନ ଅଟୋ କମ୍ପାନୀ (ଆଇଏସି) ଦ୍ୱାରା କେରଳରେ ପ୍ୟାନିକ ବଟନ ସହିତ ବାହନ ଲୋକେସନ ଟ୍ରାକିଂ(ଭିଏଲ୍‌ଟି) ଉପକରଣର ଶୁଭାରମ୍ଭ କରାଯାଇଛି । ଏହି ଡିଭାଇସରେ ଏକ ପ୍ୟାନିକ ବଟନ ରହିଛି । ଯାହାକୁ କୌଣସି ଜରୁରୀକାଳୀନ ପରିସ୍ଥିତିରେ ପ୍ରେସ କଲେ ସିଧାସଳଖ କଣ୍ଟ୍ରୋଲ ରୁମ ବା ସରକାରୀ କର୍ତ୍ତୃପକ୍ଷଙ୍କ ନିକଟକୁ ସୂଚନା ଯିବ । ଯାହା ତୁରନ୍ତ ପଦକ୍ଷେପ ଗ୍ରହଣ କରିବାରେ ସହଯୋଗ କରିବ । ଏହି ଡିଭାଇସ୍ ଟ୍ରକ ଏବଂ ବସରେ ମଧ୍ୟ ଲଗାଯିବ । ଯାହା ଫଳରେ ଚାଳକଙ୍କ ଗାଡି ଚଳାଇବା ଉପରେ ନଜର ରଖିହେବ । ଦ୍ରୁତ ଗତି, ବ୍ରେକିଂ, ନାଇଟ ଡ୍ରାଇଭିଂ, ନିଶା ସେବନ କରି ଗାଡି ଚଳାଇବା ଉପରେ ରୋକ ଲାଗିପାରିବ । ଭିଏଲ୍‌ଟି ଉପକରଣ ଗାଡି ଗୁଡିକରେ ଲାଗିବା ପରେ ଏହି ଯାନକୁ ରାଜ୍ୟ ସରକାର ଟ୍ରାକିଂ କରିପାରିବେ । ପ୍ରତ୍ୟେକ ରାଜ୍ୟ ଏକ ଅପରେସନ ସେଣ୍ଟର ସ୍ଥାପନ କରିବେ । ଯେତେବେଳେ ପ୍ୟାନିକ ବଟନର ସୂଚନା ଆସିବ ସେତେବେଳେ ସଂପୃକ୍ତ ଅପରେସନ ସେଣ୍ଟର ଆବଶ୍ୟକ ପଦକ୍ଷେପ ନେବ । ମହିଳା, ଛାତ୍ର ଏବଂ ଅନ୍ୟାନ୍ୟ ଯାତ୍ରୀଙ୍କ ସୁରକ୍ଷା ଏବଂ ନିରାପତ୍ତା, ଜରୁରୀକାଳୀନ ପରିସ୍ଥିତି ଏବଂ ଚିକିତ୍ସା ଆବଶ୍ୟକତା ଦିଗରେ ଏହା ସହାୟକ ହେବ ବୋଲି କୁହାଯାଉଛି । ଏକାକୀ ଯାତ୍ରା କରୁଥିବା ଯାତ୍ରୀମାନେ ମଧ୍ୟ ଏହି ଡିଭାଇସ ପାଇଁ ସୁରକ୍ଷିତ ଯାତ୍ରା କରିପାରିବେ । ଦୁର୍ଘଟଣା ଘଟିଲେ, ଜରୁରୀକାଳୀନ ସେବା ଲାଗି ସାହାଯ୍ୟ ଏବଂ ଫୋନରେ ସେମାନଙ୍କ ସ୍ଥାନ ସମ୍ପର୍କରେ ବୁଝାଇବା ପରିବର୍ତ୍ତେ ବଟନ ଚିପି ଅପଡେଟ ସୂଚନା ଦେଇପାରିବେ । ୨୦୧୮ କେନ୍ଦ୍ରୀୟ ମୋଟର ଯାନ ଅଧିନିୟମ ଅନୁଯାୟୀ, ୧୯୮୯ ଅଧୀନରେ ଆସୁଥିବା ସମସ୍ତ ସର୍ବସାଧାରଣ ପରିବହନ ଯାନ ପାଇଁ ଏହି ନିୟମ ଲାଗୁ ହେବ । ହେଲେ ଅଟୋ ରିକ୍ସା ଏବଂ ଇ-ରିକ୍ସା ଏଥିରେ ଯୋଡି ହେବେ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking