26.1 C
Bhubaneswar
Friday, March 29, 2024
Homeଖେଳବିଡବ୍ଲ୍ୟୁଏଫ୍ ର‌୍ୟାଙ୍କିଙ୍ଗ୍‌ : ଅଷ୍ଟମକୁ ଉଠିଲେ ସାତ୍ତ୍ୱିକସାଇରାଜ-ଚିରାଗ

ବିଡବ୍ଲ୍ୟୁଏଫ୍ ର‌୍ୟାଙ୍କିଙ୍ଗ୍‌ : ଅଷ୍ଟମକୁ ଉଠିଲେ ସାତ୍ତ୍ୱିକସାଇରାଜ-ଚିରାଗ

ନୂଆଦିଲ୍ଲୀ : ସଦ୍ୟ ପ୍ରକାଶିତ ବିଶ୍ୱ ବ୍ୟାଡ୍‌ମିଣ୍ଟନ ର‌୍ୟାଙ୍କିଙ୍ଗ୍‌ରେ ଦୁଇଥରର ଅଲିମ୍ପିକ୍ ପଦକ ବିଜୟିନୀ ପିଭି ସିନ୍ଧୁ ଓ ପୂର୍ବତନ ବିଶ୍ୱ ନମ୍ବର ଏକ କିଦାମ୍ବୀ ଶ୍ରୀକାନ୍ତ ନିଜ ସ୍ଥାନରେ ସ୍ଥିର ଥିବାବେଳେ ନିକଟରେ ଇଣ୍ଡିଆ ଓପନ୍ ଚାମ୍ପିଅନ୍ ହୋଇଥିବା ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ପୁରୁଷ ଡବଲ୍ସ ଯୋଡ଼ି ଦୁଇଟି ସ୍ଥାନର ଉନ୍ନତି ସହ ଅଷ୍ଟମକୁ ଉଠିଛନ୍ତି । ମହିଳା ର‌୍ୟାଙ୍କିଙ୍ଗ୍‌ରେ ପୂର୍ବତନ ବିଶ୍ୱ ଚାମ୍ପିଅନ୍ ସିନ୍ଧୁ ୯୦୯୯୪ ପଏଣ୍ଟ ସହ ନିଜର ସପ୍ତମ ସ୍ଥାନ ବଜାୟ ରଖିଥିବା ବେଳେ ପୁରୁଷ ତାଲିକାରେ ଶ୍ରୀକାନ୍ତ ୬୯୧୫୮ ପଏଣ୍ଟ ସହ ୧୦ମ ସ୍ଥାନରେ ସ୍ଥିର ରହିଛନ୍ତି । ମହିଳା ର‌୍ୟାଙ୍କିଙ୍ଗ୍‌ରେ ଚୀନା ତାଇପେଇର ତାଇ ଜୁ ୧୦୮୮୦୦ ପଏଣ୍ଟ ସହ ଶୀର୍ଷସ୍ଥାନରେ ଥିବା ବେଳେ ଅଲିମ୍ପିକ୍ ଚାମ୍ପିଅନ୍ ଭିକ୍ଟୋର ଆକ୍ସେଲ୍‌ସେନ୍ (୧୧୬୭୭୯) ପୁରୁଷ ର‌୍ୟାଙ୍କିଙ୍ଗ୍ ଶୀର୍ଷରେ ଅଛନ୍ତି ।

ବିଡବ୍ଲ୍ୟୁଏଫ୍ ପକ୍ଷରୁ ଜାରୀ ସଦ୍ୟତମ ର‌୍ୟାଙ୍କିଙ୍ଗ୍‌ରେ ଭାରତୀୟଙ୍କ ମଧ୍ୟରେ ସବୁଠୁ ଅଧିକ ଲାଭବାନ ହୋଇଛନ୍ତି ସାତ୍ତ୍ୱିକସାଇରାଜ ଓ ଚିରାଗଙ୍କ ପୁରୁଷ ଯୋଡ଼ି । ଏହି ଯୋଡ଼ି ୧୦ମ ସ୍ଥାନରୁ ଅଷ୍ଟମ ସ୍ଥାନକୁ ଲମ୍ଫ ମାରିଛନ୍ତି । ରବିବାର ଏହି ଭାରତୀୟ ଯୋଡ଼ି ଟପ୍ ସିଡ୍ ଇଣ୍ଡୋନେସିଆର ମହମ୍ମଦ ଏହସାନ୍ ଓ ହେଣ୍ଡ୍ରା ସେତିଆୱାନ୍‌ଙ୍କ ଯୋଡ଼ିକୁ ୨୧-୧୬, ୨୬-୨୪ରେ ହରାଇ ୟୋନେକ୍ସ-ସନ୍‌ରାଇଜ୍ ଇଣ୍ଡିଆ ଓପନ୍ ପୁରୁଷ ଡବଲ୍ସ ଟାଇଟଲ୍ ଜିତିଥିଲେ । ଏହା ବ୍ୟତୀତ କୌଣସି ଭାରତୀୟ ମହିଳା ଡବଲ୍ସ କିମ୍ବା ମିକ୍ସଡ୍ ଡବଲ୍ସ ର‌୍ୟାଙ୍କିଙ୍ଗ୍‌ରେ ସ୍ଥାନ ପାଇ ନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking