27.1 C
Bhubaneswar
Friday, March 29, 2024
Homeଓଡିଶାସରକାରୀ ଆଦେଶର ଖୋଲାଖୋଲି ଅବମାନନା: ଶତାଧୀକ ଶ୍ରମିକଙ୍କ ଜିବନ ବିପଦରେ

ସରକାରୀ ଆଦେଶର ଖୋଲାଖୋଲି ଅବମାନନା: ଶତାଧୀକ ଶ୍ରମିକଙ୍କ ଜିବନ ବିପଦରେ

ବଲାଙ୍ଗୀର,- ବଲାଙ୍ଗୀରରେ କେତେକ ବ୍ୟବସାୟୀ କରୋନା ପାଇଁ ଜାରି କରାଯାଇଥିବା ସରକାରୀ ଆଦେଶକୁ ସମ୍ପୁର୍ଣ୍ଣ ଭାବେ ଅବମାନନା କରୁଥିବା ଦେଖିବାକୁ ମିଳିଛି । ଗୋଟାଏ ସ୍ଥାନରେ ଶହେରୁ ଉର୍ଦ୍ଧ ଶ୍ରମିକ ଏକାଠି ହୋଇ କାମ କରୁଥିବା ନଜରକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ , ବଲାଙ୍ଗୀର ର ଜଣେ ବ୍ୟବସାୟୀ ଗୋପାଳ ଅଗ୍ରୱାଲଙ୍କ ସମ୍ବଲପୁର ରୋଡରେ ଏକ ସିମେଣ୍ଟ ଗୋଦାମ ରହିଛି । ସେହି ଗୋଦାମରେ ସେ ଆଜି ସିମେଣ୍ଟ ଅନ ଲୋଡିଂ କରାଉଥିଲେ । ସରକାରି କଟକଣା ସତ୍ୱେ ଏଥିରେ ଶହେରୁ ଅଧିକ ଶ୍ରମିକ ଏକା ଥରକୁ ନିୟୋଜିତ କରାଯାଇଥିଲା । ସିମେଣ୍ଟ ବୋଝେଇ ଟ୍ରକମାନଙ୍କର ଲମ୍ବା ଧାଡି ଲାଗି ରହିଥିଲା । କୌଣସି ପ୍ରକାର ପ୍ରତିଷେଧକ ବ୍ୟବସ୍ଥା କରାଯାଇନଥିବା ବେଳେ ଶ୍ରମିକମାନେ ଦୀର୍ଘ ସମୟ ଧରି ସିମେଣ୍ଟ ଅନ ଲୋଡିଂ କରିଥିଲେ । ତେବେ ଗଣମାଧ୍ୟମ ନିକଟରେ ଖବର ପହଂଚିବା ପରେ ତରବରିଆ ଭାବେ ବ୍ୟବସାୟୀ ଗୋପାଳଙ୍କ ପୁଅ ଅଭିଷେକ ଅଗ୍ରୱାଲ ଅନଲୋଡିଂ କାମ ବନ୍ଦ କରି ଦେବା ସହ ପେମେଣ୍ଟ ପାଇଁ ତାଙ୍କ ରିଲାଏନ୍ସ ପେତ୍ରୋଲ ପମ୍ପରେ ସମସ୍ତଙ୍କୁ ଏକଜୁଟ ହେବାପାଇଁ କହିଥିଲେ । ରିଲାଏନ୍ସ ପେତ୍ରୋଲ ପମ୍ପ ରେ ଦରମା ପାଈଁ ଏକଜୁଟ ହଇଥିବା ଶ୍ରମିକମାନଙ୍କୁ ପଚରାଯିବାରୁ , ସରକାରୀ ଆଦେଶ ସମ୍ପର୍କରେ ସେମାନେ ଜାଣିନଥିବା କହିଥିଲେ । ତେବେ ମାଲିକ ସେମାନଙ୍କୁ ଅନଲୋଡିଂ କରିବା ପାଇଁ ଡାକିଥିବା କହିଥିଲେ । ମାଲିକ ସେମାନଙ୍କ ମଧ୍ୟରେ କୌଣସି ପ୍ରକାର ସଚେତନତ କରିନଥିବାବେଳେ, ସ୍ୱଛତା ଓ ମାସ୍କ ର ମଧ୍ୟ କୌଣସି ବ୍ୟବସ୍ଥା କରାଯାଇନଥିବା ଶ୍ରମିକମାନେ କହିଛନ୍ତି । ଏ ସମ୍ପର୍କରେ ଅଭିଷେକଙ୍କୁ ପଚରାଯିବାରୁ , ରେଳ ବିଭାଗ ଆମକୁ ଅନଲୋଡିଂ କରିବା ପାଇଁ କହିଥିବା କହିଛନ୍ତି । ତେବେ ପ୍ରଶାସନ ସେମାନଙ୍କୁ ଅନୁମତି ଦେଇଥିଲା କି ବୋଲି ପଚରାଯିବାରୁ ପ୍ରଶାସନକୁ କିଛି ଜଣାଇନଥିବା କହିଛନ୍ତି । ତେବେ ପ୍ରଶାସନ ଜିଲ୍ଲାରେ ଏତେ ଜୋରରେ ସଚେତନତା କରାଉଥିବା ବେଳେ ଜଣେ ବ୍ୟବସାୟୀ କିଭଳି ଭାବେ ସରକାରୀ ନିର୍ଦ୍ଧେଶକୁ ଅବମାନନା କରୁଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ତା ସହିତ ଶତାଧୀକ ଶ୍ରମିକଙ୍କ ଜିବନକୁ କେବଳ ନିଜ ସ୍ୱାର୍ଥ ପାଇଁ ବିପଦରେ ପକାଇବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି । ତେବେ ସରକାରୀ ନିୟମକୁ ଅବମାନନା କଲେ ଦୃଢ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି । ତେବେ ଏହି ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଜନସାଧରଣରେ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking