28.1 C
Bhubaneswar
Friday, March 29, 2024
Homeଓଡିଶାଛତିଶଗଡ଼ରୁ ଅପହୃତ ବ୍ୟବସାୟୀ ଦେବଗଡ଼ରୁ ଉଦ୍ଧାର

ଛତିଶଗଡ଼ରୁ ଅପହୃତ ବ୍ୟବସାୟୀ ଦେବଗଡ଼ରୁ ଉଦ୍ଧାର

ଦେବଗଡ଼:  ଛତିଶଗଡ଼ରୁ ଅପହୃତ ଟ୍ରାନ୍ସପୋର୍ଟ ବ୍ୟବସାୟୀ ଦେବଗଡ଼ରୁ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ, ଛତିଶଗଡ଼ ପିଠୋରାରୁ ଗତକାଲି ସନ୍ଧ୍ୟାରେ ଟ୍ରାନ୍ସପୋର୍ଟ ବ୍ୟବସାୟୀ ଶୁଭମ ଅଗ୍ରୱାଲ ନିଜର ଏକ ଟ୍ରକ୍‌କୁ ବିକ୍ରି ପାଇଁ ଚାହୁଁଥିବା ଜାଣି କେତେକ ଅଜଣା ବ୍ୟକ୍ତି ତାଙ୍କ ନିକଟକୁ ଆସି ୨୦ଲକ୍ଷ ଟଙ୍କାରେ ଡିଲ କରିଥିଲେ । ଶୁଭମ ଉକ୍ତ ବ୍ୟକ୍ତିଙ୍କ ସହ ସ୍ଥାନୀୟ ନୋଟାରୀଙ୍କ ନିକଟକୁ ସତ୍ୟପାଠ ପ୍ରସ୍ତୁତ ପାଇଁ ଯିବା ବେଳେ ଅଜଣା ବ୍ୟକ୍ତି ମାନେ କୌଣସି ନିଶା ପଦାର୍ଥ ତାଙ୍କ ମୁହଁରେ ସ୍ପ୍ରେ କରିବାରୁ ଶୁଭମ ଅଚେତ ହୋଇ ପଡ଼ିଥିଲେ । ଅପହରଣକାରୀମାନେ ତାଙ୍କୁ ନିଜ କାର୍‌ରେ ଅପହରଣ କରି ନେଉଥିବା ବେଳେ ଶୁଭମ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଯୋଗାଗୋଗ ପାଇଁ ଚେଷ୍ଟା କରିଥିଲେ ।

ତାଙ୍କ ଫୋନ ବନ୍ଦ ଥିବା ଏବଂ ଲୋକେସନ ସମ୍ବଲପୁର ଜିଲ୍ଲା ବଡ଼ରମା ଅଞ୍ଚଳ ରେ ଥିବା ଜାଣି ପରିବାର ଲୋକେ ସ୍ଥାନୀୟ ପୁଲିସକୁ ସୂଚନା ଦେଇଥିଲେ । ଛତିଶଗଡ଼ ପୁଲିସ ଏ ନେଇ ବିଭିନ୍ନ ଥାନାକୁ ସୂଚନା ଦେବାରୁ ଦେବଗଡ଼ ଥାନା ପୁଲିସ ସଜାଗ ରହି ୪୯ ନମ୍ବର ଜାତୀୟ ରାଜପଥରେ ହାଇୱେ ପାଟ୍ରୋଲିଂକୁ କଡା କଡ଼ି କାରି ଯାଞ୍ଚ ବେଳେ ଅପହୃତ ବ୍ୟବସାୟୀ ଶୁଭମ ଅପହରଣକାରୀଙ୍କ କବଳରୁ ବଡ଼ରମାରୁ କୌଶଳ କ୍ରମେ ଖସି ଆସି ଏକ ମାଲବାହୀ ଟ୍ରକ୍ ଯୋଗେ ଦେବଗଡ଼ ପଟକୁ ଆସୁଥିବା ବେଳେ ପାଟ୍ରୋଲିଂ କରୁଥିବା ଦେବଗଡ଼ ପୁଲିସକୁ ଦେଖି ଆତ୍ମରକ୍ଷା ପାଇଁ ପୁଲିସ ରେ ଶରଣ ପଶିଥିଲା ।

ପୁଲିସ ତୁରନ୍ତ ବ୍ୟବସାୟୀ ଶୁଭମ୍‌କୁ ନିଜ ହେପାଜତରେ ନେଇ ଥାନାକୁ ଆଣି ଅଧିକ ପଚରା ଉଚରା କରିବା ସହ ଆଜି ସକାଳେ ଶୁଭମଙ୍କ ପରିବାର ଲୋକ ଦେବଗଡ଼ ଥାନାରେ ପହଞ୍ଚିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ପୁଲିସର ସମୟପୋଯୋଗୀ ପଦକ୍ଷେପକୁ ଉଦ୍ଧାର ହୋଇଥିବା ଅପହୃତ ବ୍ୟବସାୟୀ ପ୍ରଶଂସା କରିବା ସହ ଓଡିଶା ପୁଲିସକୁ ସାଧୁବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking