OnaKhabar

ମାଲଗୋଦାମ ସମୟ ବଢିଲା

ଭୁବନେଶ୍ୱର: କଟକ ମାଲଗୋଦାମ ବ୍ୟବସାୟ ସମୟ ବୃଦ୍ଧି କରାଯାଇଛି । ଖୁଚୁରା ବ୍ୟବସାୟ ସମୟ ସକାଳ ୮ଟାରୁ ଅପରାହ୍ନ ୪ଟା ହୋଇଛି । ସେହିପରି ହୋଲସେଲ ବ୍ୟବସାୟ ସମୟ ସକାଳ ୮ଟାରୁ ସନ୍ଧ୍ୟା ୭ଟା ହୋଇଛି । ଏନେଇ କଟକ ମାଲଗୋଦାମ ବ୍ୟବସାୟୀ ସଂଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ରାଜ୍ୟରେ ଆଉ ୨୨୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୯୩ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ଅନ୍ୟ ୩୬ ଜଣ ସ୍ଥାନୀୟ କେସ୍ ବୋଲି ଜଣାପଡ଼ିଛି । ଆଜି ଚିହ୍ନଟ ହୋଇଥିବା ୨୨୯ ଜଣ କରୋନା ଆକ୍ରାନ୍ତ ୧୯ ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୭୫୪୫ଟି ମୋଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧୫୭ଟି ଆକ୍ଟିଭ କେସ୍ ରହିଛି । ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩୫୩ ଜଣ ସୁସ୍ଥ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୨୪ ଜଣ , ଯାଜପୁରରୁ ୨୨ ଜଣ , ଖୋର୍ଦ୍ଧାରୁ ୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୧୭ ଜଣ , କଟକ ଜିଲ୍ଲାରୁ ୧୨ ଜଣ , ଝାରସୁଗୁଡ଼ାରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗୀର ରୁ ୭ ଜଣ , ନୟାଗଡ଼ରୁ ୫ ଜଣ , ପୁରୀରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବୌଦ୍ଧରୁ ୩ ଜଣ ଏବଂ ମୟୁରଭଞ୍ଜରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ , ବରଗଡ଼ , ଦେବଗଡ଼ ଓ ଗଜପତିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଜଗତସିଂହପୁର , କେନ୍ଦୁଝର, କୋରାପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।


Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-includes/functions.php on line 4609

Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-includes/functions.php on line 4609

Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-content/plugins/really-simple-ssl/class-mixed-content-fixer.php on line 111