30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶବସ ଓ ଅଟୋ ମୁହାଁମୁହିଁ ଧକ୍କା, ୧୭ ମୃତ

ବସ ଓ ଅଟୋ ମୁହାଁମୁହିଁ ଧକ୍କା, ୧୭ ମୃତ

ଲକ୍ଷ୍ନୌ : ଉତ୍ତର ପ୍ରଦେଶ କାନପୁରରେ ବସ୍ ଦୁର୍ଘଟଣା। ଏକ ବସ୍ ଓ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ବସଟି ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିଲା। ସୂଚନାନୁଯାୟୀ, କାନପୁରର ସଚେଣ୍ଡିର କିସାନ ନଗରରେ ଭାରତ ଏଜେନ୍ସି ସାମ୍ନାରେ ବୀପରିତ ଦିଗରୁ ଆସୁଥିବା ଯାତ୍ରୀ ଭର୍ତ୍ତି ଥିବା ଅଟୋ ଓ ଶତାବ୍ଦୀ ନାମକ ଏକ ଏସି ବସ ମଧ୍ୟରେ ଭୀଷଣ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି।  ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଆହତଙ୍କୁ ହ୍ୟାଲେଟ୍ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ମୃତକଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ଶ୍ରମିକ।ସମସ୍ତ ମୃତକ ଅଟୋରେ ଯାତ୍ରା କରୁଥିଲେ। ଏମାନେ ସମସ୍ତେ ଏକ ବିସ୍କୁଟ ଫ୍ୟାକ୍ଟ୍ରିରେ କାମ କରୁଥିଲେ।ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି। ସେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking