29.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗବସ୍-ଟ୍ରକ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୮କୁ ବୃଦ୍ଧି: ଡ଼ିଜିପି

ବସ୍-ଟ୍ରକ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୮କୁ ବୃଦ୍ଧି: ଡ଼ିଜିପି

ଭୁବନେଶ୍ୱର: ଛତିଶଗଡ଼ ରାୟପୁରରେ ବସ୍-ଟ୍ରକ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି ।  ରାୟୁପର ପୋଲିସର ତଥ୍ୟ ପରେ ଡ଼ିଜିପି ଅଭୟ ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି । ପଦ୍ମପୁର ଏସଓପିଙ୍କ ନେତୃତ୍ୱରେ ଏକ ଟିମ୍ ଜୟପୁର ଯାଇଛି । ସମସ୍ତ ମୃତକ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି ।୫୯ଜଣ ସୁରକ୍ଷିତ ଥିବା ଜଣାପଡ଼ିିଛି ।

ଉଲ୍ଳେଖଯୋଗ୍ୟ ଯେ ଛତିଶଗଡ଼ ଛେରିଖେଡ଼ିରେ ଆଜି ଏକ ବସ୍ ଓ ଟ୍ରକ ମୁହାଁମୁହାଁ ହୋଇଥିଲା । ଏହି ମର୍ମନ୍ତୁଦ ସଡ଼ର୍କ ଦୁର୍ଘଟଣା ଭୋର ୩ଟା ୩୦ରେ ହୋଇଥିଲା । ଓଡ଼ିଶାରୁ ଶ୍ରମିକ ନେଇ ଗୁଜୁରାଟକୁ ଯାଉଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି ।

ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ମୃତକଙ୍କ ପରିବାର ପ୍ରତି ଅନୁକମ୍ପା ରାଶି ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତି ମୃତକଙ୍କ ପରିବାରକୁ ୨ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ମିଳିବ । ଆହତଙ୍କ ଆଶୁଆରୋଗ୍ୟ ସେ କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking