40.1 C
Bhubaneswar
Thursday, April 25, 2024
Homeଓଡିଶାବସ୍ ଚଳାଇବାକୁ ମନାକଲା ସଂଘ

ବସ୍ ଚଳାଇବାକୁ ମନାକଲା ସଂଘ

ଭୁବନେଶ୍ୱର : କେନ୍ଦ୍ର ସରକାର ତୃତୀୟ ପର୍ଯ୍ୟାୟରେ ଲକ୍‌ଡାଉନ୍ ଅବଧି ମେ’ ୪ରୁ ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ପରେ କେତେକ କ୍ଷେତ୍ରରେ କୋହଳ ନୀତି ଅବଲମ୍ବନ କରିଛନ୍ତି । ଏଥିରେ ବସ୍ ଚଳାଚଳ ଉପରେ ଥିବା କଟକଣାକୁ କୋହଳ କରାଯାଇଛି । ଗ୍ରୀନ୍ ଓ ଏଲୋ ଜୋନ୍‌ରେ ବସ୍ ଚଳାଚଳ କରିପାରିବ କିନ୍ତୁ ଧାର୍ଯ୍ୟ ସିଟ୍‌ରୁ ୫୦ପ୍ରତିଶତ କମରେ ଯାତ୍ରୀ ନେବେ । ବସ୍‌କୁ ବିଶୋଧନ କରିବେ । କିନ୍ତୁ ରେଡ୍ ଜୋନ୍‌ରେ କଟକ୍‌ଣା ରହିଛି । ଏହାକୁ ନେଇ ଆସନ୍ତା କାଲିଠାରୁ କେନ୍ଦ୍ର ସରକାରଙ୍କର ଏହି ନୂଆ ନିୟମ କାର୍ଯ୍ୟକାରି ହେବାକୁ ଯାଉଥିବା ବେଳ ଓଡ଼ିଶା ବସ୍ ମାଲିକସଂଘ ବସ୍ ଚଳାଇବେ ନାହିଁ ବୋଲି ଘୋଷଣା କରିଛନ୍ତି । ମସ୍ ମାଲିକ ସଂଘର ସାଧାଣଣ ସଂପାଦକ ଦେବନ୍ଦ୍ର ସାହୁ କହିଛନ୍ତି । ଦୁଇ ଗ୍ରୀନ୍ ଜୋନ୍ ମଧ୍ୟରେ ରେଡ୍ ଜୋନ୍ ରହୁଥିବାରୁ ବସ୍ ଚଳାଇବା ସମ୍ଭବ ହେବନି । ଏନେଇ ଗାଇଡ୍‌ଲାଇନ୍‌ରେ କୌଣସି ସ୍ପଷ୍ଟିକରଣ ଦିଆଯାଇ ନାହିଁ । ଏପରିକି ରାଜ୍ୟ ସରକାର ମଧ୍ୟ ଏହା ଉପରେ କୌଣସି ନିର୍ଦ୍ଦେଶନାମା ଜାରି କରିନାହାଁନ୍ତି । ସେ କହିଛନ୍ତି, ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ୬୨ଟି ସଂଘ ଅଛି । ସବୁ ସଂଘର ପ୍ରତିନିଧୀ ମତ ଦେଲେ ଯେ ବସ୍ ଏଭଳି ସ୍ଥିତିରେ ଚଳାଇ ହେବ ନାହିଁ । ଲୋକଙ୍କ ମନରେ ଭୟ ଅଛି । ସେମାନେ ଆସିବେ ନାହିଁ । କେନ୍ଦ୍ର ସରକାରଙ୍କ ରେଡ୍‌, ଅରେଞ୍ଜ ଓ ଗ୍ରୀନ୍ ଜୋନ୍ ନିୟମାବଳୀ ସ୍ପଷ୍ଟ ନୁହେଁ । ଆମର ଏଭଳି ଗ୍ରୀନ୍ ଜୋନ୍ ଅଛି ଯେଉଁଠି ଗୋଟିଏ ଗ୍ରିନ୍ ଜୋନ୍‌ରୁ ଆଉ ଗୋଟିଏ ଗ୍ରୀନ୍‌କୁ ଯିବାବେଳ ଦୁଇଟି ରେଡ୍ ଜୋନ୍ ରହୁଛି । ଏପପରିକି ରାଜ୍ୟ ସରକାର ମଧ୍ୟ ନିୟମାବାଳୀ ଜାରି କରି ନାହାଁନ୍ତି କିଭଳି ଚଳାଚଳ କରିବ । ଏହା ଉପରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ସେମାବାର ପରିବହନ ବିଭାଗର ବୈଠକ ବସି କେନ୍ଦ୍ର ସରକାର ଜାରି କରିଥିବା ନିର୍ଦ୍ଦେଶନାମାକୁ ଭିତ୍ତି କରି ନିଷ୍ପତି ନିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking