୧୫ ପ୍ରବାସୀଙ୍କୁ ଅଧାବାଟରେ ଛାଡ଼ି ଚାଲିଗଲା ବସ୍

ଭୁବନେଶ୍ୱର : ୧୫ ପ୍ରବାସୀଙ୍କୁ ଅଧାବାଟରେ ଛାଡ଼ିଚାଲିଗଲା ବସ୍ । ନିଜ ଖର୍ଚ୍ଚରେ ତାମିଲନାଡୁ କାଂଚିପୁରମରୁ ଆସିଥିଲେ ୩୦ ପ୍ରବାସୀ । ବସ୍‌ରେ ଜଗତସିଂହପୁରର ୧୫ଜଣ ଓ କେନ୍ଦ୍ରାପଡ଼ା ଜିଲ୍ଲାର ୧୫ଜଣ ଥିଲେ ବୋଲି ଜଣାପଡ଼ିଛି । କଟକ ଓଏମ୍‌ପି ଛକରେ ଜଗତସିଂପୁରର ୧୫ପ୍ରବାସୀଙ୍କୁ ଅଧା ରାସ୍ତାରେ ଛାଡ଼ି ଦେଇ କେନ୍ଦ୍ରାପଡ଼ା ଚାଲିଗଲା ବସ୍ । ଏହି ୧୫ ପ୍ରବାସୀ ଚାଲି ଚାଲି ଜଗତସିଂହପୁର ଅଭିମୁଖେ ଚାଲି ଚାଲି ଯାଉଛନ୍ତି ।
https://onakhabar.com/2020/05/11/surat-return-train-chain-pulling-from-anugul/