28.1 C
Bhubaneswar
Monday, September 30, 2024
Homeଦେଶ ବିଦେଶନଦୀକୁ ଖସିଲା ବସ୍‌, ୧ ମୃତ, ୨୦ରୁ ଅଧିକ ଯାତ୍ରୀ ଆହତ

ନଦୀକୁ ଖସିଲା ବସ୍‌, ୧ ମୃତ, ୨୦ରୁ ଅଧିକ ଯାତ୍ରୀ ଆହତ

ଭୋପାଳ : ମଧ୍ୟପ୍ରଦେଶର ଅଧିକାଂଶ ଜିଲ୍ଲାରେ ମଙ୍ଗଳବାର ପ୍ରବଳ ବର୍ଷା ହୋଇଛି । ଏହି କାରଣରୁ ଖରଗୋନ୍ ଜିଲ୍ଲାରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଖଣ୍ଡୱାରୁ ଇନ୍ଦୋର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ସନାୱଦ-ଧନଙ୍ଗା ମଧ୍ୟରେ ନଦୀକୁ ଖସି ପଡ଼ିଛି । ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିବା କୁହାଯାଉଛି । ଏହି ଦୁର୍ଘଟଣା ମଙ୍ଗଳବାର ସନ୍ଧ୍ୟାରେ ଇନ୍ଦୋର-ଇଚ୍ଛାପୁର ରାଜପଥରେ ଘଟିଛି । ସୂଚନା ପାଇବା କ୍ଷଣି ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଯାଇଛି । ଖଣ୍ଡୱା ଏସପି ବିବେକ ସିଂ କହିଛନ୍ତି କି, ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହା ପୂର୍ବରୁ ଧାର ଜିଲ୍ଲାର ଖଲଘାଟରେ ନର୍ମଦା ନଦୀକୁ ଏକ ବସ୍ ଖସି ପଡିବା ଫଳରେ ସମସ୍ତ ୧୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking