ପରୀକ୍ଷାର୍ଥୀଙ୍କ ପାଇଁ ବସ୍ ବ୍ୟବସ୍ଥା

ବ୍ରହ୍ମପୁର : ଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆସନ୍ତା କାଲି ଦିନ ୧୨.୩୦ରେ ବ୍ରହ୍ମପୁର ଆଇଟିଆଇରୁ ଭୁବନେଶ୍ୱରକୁ ଏକ ବସ୍ ଛାଡ଼ିବ । ତେବେ ଏହି ସୁବିଧା ପାଇବାକୁ ଇଚ୍ଛୁକ ଥିବା ପରୀକ୍ଷାର୍ଥୀ ନୋଡାଲ ଅଫିସରଙ୍କୁ ଫୋନ କରିବେ । ନୋଡାଲ ଅଫିସରଙ୍କ ଫୋନ ନମ୍ବର – ୦୯୪୩୮୨୯୩୯୦୯ ରହିଛି । ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।
ଆଜିଠାରୁ ରାଜ୍ୟରେ ସମସ୍ତ ସଟଡାଉନ ଓ ଲକଡାଉନ ହଟିବା ସହ ସେପ୍ଟେମ୍ବର ୭ ଯାଏଁ ସାରା ରାଜ୍ୟକୁ କଟକଣାମୁକ୍ତ ଘୋଷଣା କରାଯାଇଛି । ସେହିପରି ସେପ୍ଟେମ୍ବର ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟ କଟକଣା ମୁକ୍ତ ରହିବ । ଏନେଇ ଗତକାଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଘୋଷଣା କରିଛନ୍ତି ।ଜେଇଇ ମେନ  ୨୦୨୦ ଆସନ୍ତା ସେପ୍ଟମ୍ବର ୧ ତାରିଖରୁ ୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଓ  ନିଟ ପରୀକ୍ଷା ୧୩ ସେପ୍ଟେମ୍ୱର ରେ ଅନୁଷ୍ଠିତ ହେବ ବୋଲି ଏନଟିଏ ତରଫରୁ ସୂଚନା ଦିଆଯାଇଛି ।ଏହା ସହିତ ପରୀକ୍ଷା କେନ୍ଦ୍ରରେ ସମାଜିକ ଦୂରତ୍ବ ବଜାୟ ରଖିବା, ମାସ୍କ ପିନ୍ଧିବା  ଭଳି କୋଭିଡ୍ ଗାଇଡ୍ ଲାଇନ୍ ପାଳନ କରିବ । ଏସବୁର ତଦାରଖ କରିବ ଜିଲ୍ଲା ପ୍ରଶାସନ।

LEAVE A REPLY

Please enter your comment!
Please enter your name here