34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ

ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ

ମୟୁରଭଞ୍ଜ : ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ୩୦/୩୫ ଯାତ୍ରୀ ଆହତ। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ତେବେ APPU ନାମକ ଯାତ୍ରୀବାହୀ ବସଟି ରାଇରଙ୍ଗପୁର ରୁ 50/55 ଜଣ ଯାତ୍ରୀଙ୍କୁ ନେଇ ଉଦଳା ଅଭିମୁଖେ ଯାଉଥିବା ସମୟରେ ବୋଡ଼ାମତଳିଆ ଥାନା ଅନ୍ତର୍ଗତ ହାତିବାରି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ପାର୍ଶ୍ଵକୁ ଓଲଟି ପଡିଥିଲା।ସୂଚନା ଅନୁଯାୟୀ ଚଳନ୍ତା ଅବସ୍ଥାରେ ଯାନ୍ତ୍ରିକ ତୃଟି ଦେଖାଦେବାରୁ ଡ୍ରାଇଭରର ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ବସଟି। ଫଳରେ ଭାରସାମ୍ୟ ହରେଇ ରାସ୍ତା ତଳକୁ ଓଲଟି ପଡିବାରୁ 30ରୁ 35 ଜଣ ଯାତ୍ରୀ ଆହତ ହୋଇଛନ୍ତି । ଖବରପାଇ ବୋଡ଼ାମତଳିଆ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠେଇଛନ୍ତି ।

ତେବେ ଜଣେ 13 ବର୍ଷୀୟ ଯୁବତୀଙ୍କ ଅବସ୍ଥା ଗୁରୁତର ହେବାରୁ ବାରିପଦା PRM ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସ୍ଥାନାତରିତ କରିଥିବା ଜଣାପଡିଛି । ସେହିପରି ଦୁର୍ଘଟଣା ସମ୍ପର୍କରେ ଖବରପାଇ ବୋଡ଼ାମତଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳେଇଛି । ତେବେ ତଦନ୍ତ ପରେ ଦୁର୍ଘଟଣାର କାରଣ ଜଣାପଡିବ ବୋଲି ପୋଲିସ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking