30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଓଲଟି ପଡ଼ିଲା ବସ, ୭ ଶ୍ରମିକ ଗୁରୁତର

ଓଲଟି ପଡ଼ିଲା ବସ, ୭ ଶ୍ରମିକ ଗୁରୁତର

ମାଲକାନଗିରି : କରୋନା ସଙ୍କଟ ମଧ୍ୟରେ ଶ୍ରମିକମାନେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି । ଏହାରି ମଧ୍ୟରେ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍ ମାଲକାନିଗିରିର ଜାତୀୟ ରାଜପଥ ୩୨୬ ଚମ୍ପାଖାରି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ନିୟନ୍ତ୍ରଣ ହରାଇ ବସଟି ଓଲଟି ପଡିବାରୁ ସେଥିରେ ଥିବା ଶ୍ରମିକମାନେ ଆହତ ହୋଇଛନ୍ତି । ୭ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ବସ୍‌ଟି ୨୭ ଜଣ ଶ୍ରମିକଙ୍କୁ ନେଇ ସୋନପୁରରୁ ତାମିଲନାଡୁ ତ୍ରିଚୁର ଜିଲ୍ଲାକୁ ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ବସ୍‌ଟି ଜାତୀୟ ରାଜପଥ ୩୨୬  ଚମ୍ପାଖାରି ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଫଳରେ ୭ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଥିବା ବେଳେ ବାକି ଶ୍ରମିକମାନେ ସୁରକ୍ଷିତ ଅଛନନ୍ତି। ବସ୍‌ରେ ୨ଜଣ ଡ୍ରାଇଭର ମଧ୍ୟ ଥିଲା। ଶ୍ରମିକମାନେ ତାମିଲନାଡୁରେ ଏକ ସୂତା କଳରେ କାମ କରିବାକୁ ଯାଉଥିଲେ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking