କାଞ୍ଜିପାଣି ଘାଟିରେ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ଯାତ୍ରୀ

ତେଲକୋଇ : ଗତକାଲି ବିଳମ୍ବିତ ରାତିରେ କାଞ୍ଜିପାଣି ଘାଟିରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବସରେ ଥିବା ୪୦ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ବସ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଘାଟି ତଳକୁ ବସଟି ନ ଖସି ରାସ୍ତା କଡରେ ଥିବା ପଥରରେ ବାଡେଇ ହୋଇ ରହିଯାଇଥିଲା । ବସଟି ରାତ୍ର ସମୟରେ ଯାଜପୁରରୁ କେନ୍ଦୁଝର ଦେଇ ରାଉରକେଲା ଯାଉଥିଲା। ମିଳିଥିବା ସୂଚନା ଅନୁଯାୟୀ, କାଞ୍ଜିପାଣି ଘାଟି ଓହ୍ଲାଉ ଥିବାବେଳେ ଗାଡିର ବ୍ରେକ ଫେଲ ହୋଇଥିଲା। ଡ୍ରାଇଭର ବୁଦ୍ଧି ଖଟାଇ ଗାଡିକୁ ପାହାଡ ସାଇଡକୁ ନେଇ ରାସ୍ତାକଡ଼କୁ ନେବା ପରେ ପଥରରେ ବାଡ଼େଇ ହୋଇ ରହିଯାଇଥିଲା । ହେଲେ ଏଥିରେ ଯାତ୍ରୀମାନେ ବର୍ତ୍ତି ଯାଇଥିଲେ । ବସକୁ ୧୦୦୦ ଫୁଟ ତଳକୁ ଖସିବାରୁ ବଞ୍ଚାଇ ଦେଇଥିଲେ ଡ୍ରାଇଭର ।

LEAVE A REPLY

Please enter your comment!
Please enter your name here