37.2 C
Bhubaneswar
Friday, April 19, 2024
Homeଓଡିଶାସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ : ୨ମୃତ,୧୫ ଆହତ 

ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ : ୨ମୃତ,୧୫ ଆହତ 

ଭୁବନେଶ୍ୱର : ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଏକ ଯାତ୍ରୀବାହୀ ବସ୍ ଗଞ୍ଜାମ-କନ୍ଧମାଳ ସୀମାନ୍ତରେ କଳିଙ୍ଗା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗଞ୍ଜାମ-କନ୍ଧମାଳ ସୀମାନ୍ତ ବିପଦପୂର୍ଣ୍ଣ କଳିଙ୍ଗାଘାଟି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ବସ୍‌ରେ ୬୪ଜଣ ଯାତ୍ରୀ ରହିଥିଲେ ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ଜଣଙ୍କୁ ଉଦ୍ଧାର କରାଯାଇଛି । ବସ୍ ତଳେ କିଛି ଯାତ୍ରୀ ଚାପି ହୋଇ ରହିଥିବା ଜଣାପଡ଼ିଛି । ବିପଦପୂର୍ଣ୍ଣ କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ବସ୍‌ଟି ଓଲଟି ପଡ଼ିଥିଲା । ରାତିରେ ଅନ୍ଧାର ଥିବାରୁ ଡ୍ରାଇଭର୍ ଦେଖି ପାରିନଥିଲେ ଏବଂ ରାସ୍ତା ପାର୍ଶ୍ୱରେ ଥିବା ଗାଡ୍‌ୱାଲ୍‌ରେ ବାଡେଇ ହୋଇଯାଇଥିଲା । ଏହାଫଳରେ ବସ୍‌ଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଦୁର୍ଘଟଣାଗ୍ରସ୍ତକାରୀଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅନ୍ଧାର ହୋଇଥିବାରୁ ଯାତ୍ରୀଙ୍କୁ ଉଦ୍ଧାର କରାଯିବା ସମ୍ଭବ ହୋଇପାରୁ ନାହିଁ । ଆହତ ସମସ୍ତ ଯାତ୍ରୀଙ୍କୁ ଭଞ୍ଜନନଗର ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି ବୋଲି ବୋଲି ଚିଫ୍ ଫାୟାର୍ସ ଅଫିସର ସୁକାନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି । ବସ୍‌ଟି ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମ ଯାଉଥିଲା । ସେଥିମଧ୍ୟରୁ ୨ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ଗୁରୁତର ଆହତ ହୋଇଛନ୍ତି । ଉଦ୍ଧାର କରାଯାଇଥିବା ଯାତ୍ରୀଙ୍କୁ ଚିକିତ୍ସା ପାଇଁ ପଠାଯାଇଛି ଏବଂ ସରକାରୀ ନିୟମାନୁସାରେ ପଦକ୍ଷେପ ନିଆଯାଉଛି ବୋଲି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking