39.1 C
Bhubaneswar
Wednesday, April 24, 2024
Homeଓଡିଶାଗଞ୍ଜାମରୁ ଗୁଜରାଟକୁ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ, ୭ଜଣଙ୍କର ମୃତ୍ୟୁ : ମୃତକଙ୍କ ପରିବାର ପାଇଁ ଅନୁକମ୍ପା...

ଗଞ୍ଜାମରୁ ଗୁଜରାଟକୁ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ, ୭ଜଣଙ୍କର ମୃତ୍ୟୁ : ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ୱର : ଗଞ୍ଜାମରୁ ଗୁଜରାଟକୁ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେଇଥିବା ଖବର ମିଳିଛି। ଏଥିରେ ୭ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଛତିଶଗଡ଼ର ରାୟପୁର ନିକଟବର୍ତ୍ତୀ ଛେରିଖେଡ଼ିରେ ଗଞ୍ଜାମରୁ ଗୁଜରାଟକୁ ଯାଉଥିବା ବସ୍ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହାଫଳରେ ଘଟଣାସ୍ଥଳରେ ଛଅଜଣଙ୍କର ପ୍ରାଣହାନି ଘଟିଛି। ଏହାଛଡ଼ା ଅନ୍ୟଜଣେ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି। ଏଯାବତ୍ ମୃତକମାନଙ୍କ ପରିଚୟ ମିଳିନାହିଁ। ଆହତମାନଙ୍କୁ ନିକଟସ୍ଥ ଆମ୍ବେଦକର୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସରେ ୫୦ରୁ ୬୦ ଯାତ୍ରୀ ଥିବାର ସୂଚନା ରହିଛି।

ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ମୃତକଙ୍କ ପରିବାର ପ୍ରତି ଅନୁକମ୍ପା ରାଶି ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତି ମୃତକଙ୍କ ପରିବାରକୁ ୨ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ମିଳିବ । ଆହତଙ୍କ ଆଶୁଆରୋଗ୍ୟ ସେ କାମନା କରିଛନ୍ତି । ରାୟପୁର ଯିବାକୁ ଶ୍ରମମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଛତିଶଗଡ଼ ଡ଼ିଜିପିଙ୍କ ସହ ଯୋଗାଯୋଗରେ ରହିବାକୁ ମଧ୍ୟ ଡ଼ିଜିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking