28.1 C
Bhubaneswar
Friday, March 29, 2024
Homeଓଡିଶାମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ବସ ଓଲଟି ୭ ମୃତ, ୪୦ରୁ ଉର୍ଦ୍ଧ୍ବ ଆହତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ବସ ଓଲଟି ୭ ମୃତ, ୪୦ରୁ ଉର୍ଦ୍ଧ୍ବ ଆହତ

ମୋହନା : ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାୟଗଡ଼ାରୁ ବ୍ରହ୍ମପୁର ଆସୁଥିବା ମାରୁତି ନାମକ ଏକ ଘରୋଇ ବସ ବ୍ରେକ ଫେଲ ହୋଇ ଭାରସାମ୍ୟ ହରାଇ ତପ୍ତପାଣି ଘାଟି ପାଳୁଖୋଳା ବ୍ରିଜ ତଳକୁ ଖସିପଡ଼ିଛି। ଏଥିରେ ଘଟଣା ସ୍ଥଳରେ ୭ଜଣଙ୍କର ମୃତ୍ୟୁ ଘଟିଥିବାବେଳେ, ୪୦ରୁ ଉର୍ଦ୍ଧ୍ବ ଆହତଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଓ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ରାୟଗଡ଼ ଟିକିରିରୁ ବ୍ରହ୍ମପୁର ଆସୁଥିବା ମାରୁତି ନାମକ ଏକ ଘରୋଇ ବସ ଗଞ୍ଜାମ ତପ୍ତପାଣି ଘାଟି ପାଳୁଖୋଳା ବ୍ରିଜ ତଳକୁ ଖସିଯାଇଥିଲା। ଘଟଣାସ୍ଥଳରେ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଓ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ବସ ଭିତରେ ମଧ୍ୟ କିଛି ଯାତ୍ରୀ ଚାପି ହୋଇ ରହିଥିବା ଜଣାପଡ଼ିଛି।। ଖବର ପାଇ ପାଟପୁର ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking