27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଭୟଙ୍କର ସଡ଼କ ଦୁର୍ଘଟଣା: ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ଚଢ଼ିଗଲା ବସ୍‌, ୬ ମୃତ

ଭୟଙ୍କର ସଡ଼କ ଦୁର୍ଘଟଣା: ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ଚଢ଼ିଗଲା ବସ୍‌, ୬ ମୃତ

ଲକ୍ଷ୍ନୌ : ଉତ୍ତରପ୍ରଦେଶ କାନପୁରରେ ରବିବାର ରାତିରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣଙ୍କ ଜୀବନ ଚାଲି ଯାଇଛି। କାନପୁର ସହରର ବାବୁପୁରୱା ଥାନା ଅନ୍ତର୍ଗତ ଟାଟାମିଲ୍‌ କ୍ରସ୍‌ ରୋଡ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦ୍ରୁତ ବେଗରେ ଆସୁଥିବା ଏକ ବସ୍‌ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ଚଢ଼ି ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ,ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ସୂଚନା ଅନୁଯାୟୀ, ଟାଟାମିଲ୍‌ କ୍ରସ୍‌ ରୋଡ୍‌ରେ ରାସ୍ତା କଡ଼ରେ ପ୍ରାୟ ୧୫ ଜଣ ଲୋକ ଛିଡ଼ା ହୋଇଥିଲେ। ଏହି ସମୟରେ ଏକ ଇଲେକ୍ଟ୍ରିକ ବସ୍ ଭାରସାମ୍ୟ ହରାଇ ସେମାନଙ୍କ ଉପରେ ଚଢ଼ି ଯାଇଥିଲା।

ବ୍ରେକ୍‌ ଫେଲ୍ ହେବା ଯୋଗୁ ବସ୍‌ଟି ଲୋକଙ୍କ ଉପରେ ମାଡ଼ି ଯାଇଥିଲା ବୋଲି ପୋଲିସ କହିଛି। ଏହାପରେ ବସ୍‌ଟି ଟ୍ରାଫିକ୍‌ ବୁଥ୍‌ ଭାଙ୍ଗି ଏକ ଟ୍ରକ୍‌ ସହ ଧକ୍କା ହୋଇଥିଲା। ଘଟଣାର ତଦନ୍ତ ଚାଲିଥିବା କାନପୁର ଇଷ୍ଟର ଡିସିପି କହିଛନ୍ତି। ୩ଟି କାର୍‌ ଓ ଅନେକ ବାଇକ୍‌ ସହ ବସ୍‌ ଧକ୍କା ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ବସ୍‌ ଡ୍ରାଇଭର ଫେରାର ହୋଇଯାଇଛନ୍ତି। ତାଙ୍କୁ ଧରିବା ଲାଗି ପୋଲିସ୍‌ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଆରମ୍ଭ କରିଛି। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking